ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା ୪ ଓଡ଼ିଆଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : ଏମିତି ବି ମୃତ୍ୟୁ ଆସେ । ସୁସ୍ଥ ହେବା ପାଇଁ ଯାଇଥିଲେ ସୁସ୍ଥ ହୋଇ ଘରକୁ ଫେରୁଥିଲେ । ହେଲେ ବିଧିର ବିଧାନ ଏମିତି ଥିଲା ଶବ ହୋଇ ଫେରିବାକୁ ପଡ଼ିଲା । ଆନ୍ଧ୍ରପ୍ରଦେଶ ଚିତ୍ତୋରରେ ଘଟିଗଲା ଭୟାବହ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁରର ୪ଜଣଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ବେଙ୍ଗାଲୁରୁକୁ ଚିକିତ୍ସା ପାଇଁ ଯାଇ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ମୃତକ ମାନେ ହେଉଛନ୍ତି ଉମେଶ ଚନ୍ଦ୍ର ସାହୁ,ତାଙ୍କ ସ୍ତ୍ରୀ ରଶ୍ମିତା ସାହୁ, ସଂପର୍କୀୟ ତ୍ରିଲୋଚନ ନାୟକ ଓ ବିଜୟ ନାୟକ। ଆଜି ଭୋରରୁ ଆମ୍ବୁଲାନ୍ସ ଯୋଗେ ଫେରୁଥିବା ବେଳେ, ଜାତୀୟ ରାଜପଥରେ ଠିଆ ହୋଇଥିବା ଟ୍ୟାଙ୍କରକୁ ପଛ ପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତଦରହକୁ ଓଡିଶା ମୋ ପରିବାର ପକ୍ଷରୁ ଅଣାଯାଉଛି । ସେପଟେ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇରେ ଶୋକର ଛାୟା ଖେଳିଯାଇଛି ।