ପିଡିଏସ୍ ଚାଉଳ ନେଇ ଫେରିବା ବେଳେ ଦୁର୍ଘଟଣା, ୨ ଜଣଙ୍କ ମୃତ୍ୟୁ

Road Accident Dharmagarh 2 Died

ଧର୍ମଗଡ଼: ମୃତ୍ୟୁ କେତେବେଳେ, କେଉଁ ବାଟରେ କାହା ପାଖର ପହଞ୍ଚି ଯାଏ । କହି ହୁଏନାହିଁ । ସେଭଳି ଏକ ଦୁର୍ଘଟଣାରେ ଜୀବନ ହାରିଛନ୍ତି ୨ ଜଣ । ଆଉ ୯ ଜଣ ମେଡିକାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ସିନ୍ଧିପଦର ପଞ୍ଚାୟତକୁ ପିଡିଏସ୍ ଚାଉଳ ଆଣିବାକୁ ଯାଇଥିଲେ ବାର୍ଶିକୋନା ଗାଁରେ କିଛି ଜଣ । ଆଉ ଚାଉଳ ନେଇ ଭ୍ୟାନରେ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁ ।

Road Accident Dharmagarh 2 Died

ସୂଚନା ଅନୁସାରେ, ବାର୍ଶିକୋନା ଗାଁର କିଛି ଲୋକ ପିଡିଏସ୍ ଚାଉଳ ଆଣିବାକୁ ସିନ୍ଧିପଦର ପଞ୍ଚାୟତକୁ ଯାଇଥିଲେ । ଚାଉଳ ନେଇ ଏକ ଧଳା ରଙ୍ଗର ଭ୍ୟାନରେ ଫେରୁଥିଲେ ସମସ୍ତେ । ଭ୍ୟାନଟି ସିଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Road Accident Dharmagarh 2 Died

ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ୨ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗୁରୁତରଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୭ ଜଣ ମହିଳା ଥିବା ଜଣାପଡ଼ିଛି ।