ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍, ଦମ୍ପତି ମୃତ

ଯାଜପୁର: ଯାଜପୁର ପାଣିକୋଇଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ଯୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ସ୍ବାମୀ ବିନୋଦ ଜେନା ଓ ସ୍ତ୍ରୀ ସୁମିତ୍ରା ଜେନା । ଉଭୟ ବାଲେଶ୍ବର ସୋର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଦମ୍ପତି କଟକରୁ କାର ଯୋଗେ ବାଲେଶ୍ବର ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ଗୁରୁତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।