ଅଜଣା ଗାଡି ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ଆଠଗଡ: ଦୁର୍ଘଟଣାରେ ଦମ୍ପତ୍ତି ମୃତ। ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ। ଆଠଗଡ ଥାନା ଚିରୁଗୁଡିଆ ଶୀତଳଭଣ୍ଡାର ନିକଟରେ ଘଟିଛି  ଦୁର୍ଘଟଣା। ମୃତକ ହେଲେ ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳର ଚଣିଆ ବାରିକ ଓ ପତ୍ନୀ ରେବତି ବାରିକ। ଘଟଣାସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅଧିକ ତଦନ୍ତ ଚଳାଇଛି ପୋଲିସ୍।

ସୂଚନା ଅନୁଯାୟୀ, ନାତିର ଦେହ ଖରାପ ଥିବାରୁ ଆଠଗଡ ଡାକ୍ତରଖାନାକୁ ଦେଖିବାକୁ ଆସୁଥିଲେ ଅଜା, ଆଇ। ହେଲେ ବିଧିର ବିଧାନ ଥିଲା ଅଲଗା। କିଛି ସମୟ ପରେ ହସ୍ପିଟାଲରେ ପହଞ୍ଚିଥାନ୍ତେ। କିନ୍ତୁ ବାଟରେ ଯେମିତି ଜଗି ବସିଥିଲା ଜମ। ଅଧା ବାଟରେ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ। ମୃତକ ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳର ଚଣିଆ ବାରିକ ଓ ପତ୍ନୀ ରେବତି ବାରିକ।