ହାଇଓ୍ୱା ଧକ୍କାରେ ଦମ୍ପତି ମୃତ

ଟାଙ୍ଗୀ: ଭୁବନେଶ୍ବର କେସୁରା ଛକରେ ଦୁର୍ଘଟଣାରେ ଦମ୍ପତି ମୃତ । ବାଲି ବୋଝେଇ ହାଇୱା ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମର୍ଣ୍ଣିଂ ଓ୍ବାକରେ ଯାଉଥିବା ବେଳେ ବାଲି ବୋଝେଇ ହାଇଓ୍ବା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦମ୍ପତି ମୃତ୍ୟୁ ହୋଇଥିବା ବେଳେ, ସେମାନଙ୍କ ପରଚିୟ ମିଳିନାହିଁ । ପୋଲିସ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ସହ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।