ଶବଦାହ ପାଇଁ ଯାଉଥିଲେ ଶବ ପାଲଟିଲେ: ସଡ଼କ ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ, ୫ଜଣ ଗୁରୁତର

କୋଲକାତା: ପଶ୍ଚିମବଙ୍ଗ ନଦିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗତ ବିଳମ୍ବିତ ରାତିରେ ନଦିଆ ଜିଲ୍ଲାର ହଂସଖାଲି ଫୁଲବାଡିରେ ଏହି ଦୁର୍ଘଟଣା ଘଟିଛି। ଉତ୍ତର ୨୪ ପ୍ରଗାଣରୁ ମୃତଦେହ  ନେଇ ନବଦ୍ୱୀପ ଶ୍ମଶାନକୁ ଯିବା ରାସ୍ତାରେ ଟ୍ରକ୍ ସହ ଭୀଷଣ ଭାବେ ପିଟି ହେଲା ଭ୍ୟାନ୍ । ଫଳରେ ଘଟଣାସ୍ଥଳରେ ହିଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ  ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉତ୍ତର ୨୪ ପ୍ରଗଣାର ବାଗଦାର ମୃତଦେହ ନେଇ ଆସୁଥିବା ଏହି ମିନି ଭ୍ୟାନ୍‌ରେ ଶ୍ମଶାନ ଆଡକୁ ଯାଉଥିଲା। ଏଥିରେ ମୋଟ ୨୦ ଜଣ ଲୋକ ଥିଲେ। ସ୍ଥାନୀୟ ପୋଲିସ କହିବା ମୁତାବକ, ଘନ କୁହୁଡି ଏବଂ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ନଦିୟା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ରାତି ସମୟ ହୋଇଥିବାରୁ କୌଣସି ପ୍ରତକ୍ଷ୍ୟଦର୍ଶୀ ନଥିଲେ ।

ଏଥିସହିତ ପଢ଼ନ୍ତୁ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବିରୋଧରେ ଟିକା ପ୍ରଭାବୀ: ଦକ୍ଷିଣ ଆଫ୍ରିକା ସ୍ାସ୍ଥ୍ୟମନ୍ତ୍ରୀ

Leave a Reply