ସରଗରମ ବିହାର ରାଜନୀତି, କଡ଼ା ଆଭିମୁଖ୍ୟ ନେଇ ପାରନ୍ତି ନୀତିଶ!

ପାଟନା: ସରଗରମ ହେବାରେ ଲାଗିଛି ବିହାର ରାଜନୀତି । ଆରଜେଡି ଏବଂ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଲାଲୁଙ୍କ ଝିଅ ରୋହିଣୀ ସୋସିଆଲ ମିଡିଆ ସାଇଟ ଏକ୍ସରେ ପୋଷ୍ଟ କରିଥିଲେ । ମାତ୍ର ଏବେ ସେ କରିଥିବା ତିନୋଟି ବିବାଦୀୟ ଟ୍ବିଟକୁ ଡିଲିଟ କରିଛନ୍ତି । ଯାହାକୁ ନେଇ ବିହାର ରାଜନୀତିରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ରୋହିଣୀଙ୍କ ପୋଷ୍ଟକୁ ନେଇ ନୀତିଶ କୁମାର ସ୍ଫଷ୍ଠୀକରଣ ମାଗିଥିଲେ । ଏହାପରେ ରୋହିଣୀ ଚପଚାପ କାଟି ଦେଇଥିବା ଦେଖିବାକୁ ମିଳିଛି ।

ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସିଙ୍ଗାପୁରରେ ରୁହନ୍ତି । ମାତ୍ର ଯେତେବେଳେ ରାଜନୀତିରେ ତାଙ୍କ ପରିବାର ଉପରେ କଥା ଉଠେ ସେତେବେଳେ ସେ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରିଥାନ୍ତି । ନିଜର ପୋଷ୍ଟ ପାଇଁ ରୋହିଣୀ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଗୁରୁବାର ତିନୋଟି ପୋଷ୍ଟ କରିଥିଲେ ରୋହିଣୀ । ଯାହାକୁ ନେଇ କଂଗ୍ରେସ ଏବଂ ବିଜେପି ଶିବିରରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା । ବିଜେପି ପକ୍ଷରୁ କୁହାଯାଇଥିଲା କି, ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ତାଙ୍କ ଦଳରେ ସାମିଲ କରାଯିବ । ମୋଦୀଙ୍କ ସହ ମିଶିଲେ ସେ ଆଗକୁ ଯିବେ । ସେପଟେ ରୋହିଣୀଙ୍କ ଏହି ବିବାଦୀୟ ଟ୍ବିଟ ପରେ ବିଧାନସଭା ଭଙ୍ଗ କରିପାରନ୍ତି ନୀତିଶ ।

ରୋହିଣୀ ପୋଷ୍ଟ କରିଥିଲେ କି, ଯେତେବେଳେ ନିଜର ଉଦ୍ଦେଶ୍ୟ ତୃଟିପୂର୍ଣ୍ଣ, ସେତେବେଳେ କିଏ ଆଇନର ଅବମାନନା କରିପାରିବ । ଅନ୍ୟ ଏକ ପୋଷ୍ଟ ଲେକିଥିଲେ କି, କିଛି ଲୋକ ନିଜର ଦୋଷ ଦୁର୍ବଳତାକୁ ଦେଖି ପାରନ୍ତି ନାହିଁ, ଅଯଥାରେ ଅନ୍ୟମାନଙ୍କ ଉପରକୁ କାଦୁଅ ଫୋପାଡନ୍ତି । ଏହିସବୁ ବିବାଦୀୟ ଟ୍ବିଟ ନୀତିଶଙ୍କୁ ଟାର୍ଗେଟ କରି କରାଯାଇଥିବା ଚର୍ଚ୍ଚା ହୋଇଥିଲା । ୨୦ ମିନିଟ ପାଇଁ ବସିଥିବା ବିହାର କ୍ୟାବିନେଟ ବୈଠକରେ ନୀତିଶ ଏବଂ ତେଜସ୍ବୀଙ୍କ ମଧ୍ୟରେ ଥିବା ସମ୍ପର୍କ ଭଲ ନଥିବା କୁହାଯାଇଥିଲା ।

ଏଭଳି ଏକ ସମୟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନୀ ଆବାନୀ ମୋର୍ଚ୍ଚାର ମୁଖ୍ୟ ଜିତନରାମ ମିଞ୍ଜ ଏକ ପୋଷ୍ଟ କରି ଲେଖିଛନ୍ତି କି, ମୋଦୀଙ୍କ ସହ ମିଶିଲେ ହିଁ ବିହାରର ବିକାଶ ହୋଇପାରିବ । ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲାଲୁ ନୀତିଶଙ୍କ ଉପରେ ପ୍ରଭାବ ପକାଇଛନ୍ତି । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି ।