ବିହାରରେ ୧୧ ଆସନରେ ମୁହାଁମୁହିଁ ହେବେ ମହାମେଣ୍ଟ

ନନ୍ଦିଘୋଷ ବ୍ୟୁରୋ: ବିହାରରେ ଏବେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ନେତାମାନେ ନିଜର ପ୍ରଚାର ଜୋରଦାର କରିଥିବାବେଳେ ଆସନ ଭାଗବଣ୍ଟାକୁ ନେଇ କିଛିଦିନ ହେବ ବହୁ ଚର୍ଚ୍ଚା ହୋଇ ଆସୁଛି । ତେବେ ମହାମେଣ୍ଟ ମଧ୍ୟରେ ସବୁ ଆସନରେ ଭାଗବଣ୍ଟା ହୋଇପାରିନି । ତେବେ ୧୧ ଆସନରେ ମହାମେଣ୍ଟ ନିଜ ନିଜ ମଧ୍ୟରେ ଟକ୍କର ଦେବେ । ତେବେ ୬ଟି ଆସନରେ କଂଗ୍ରେସ ଏବଂ ଆରଜେଡି ଉଭୟ ପ୍ରାର୍ଥୀ ଦେଇଥିବାବେଳେ ବାକି ଆସନରେ ବାମଦଳମାନେ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି । ବୈଶାଳୀ ଆସନରେ ଆରଜେଡି ନେତା ଅଜୟ କୁଶଓ୍ବାହାଙ୍କ ସହ କଂଗ୍ରେସର ସଞ୍ଜୀବ କୁମାର ମୁହାଁମୁହିଁ ହେବେ । ସେପଟେ ଏହାର ଫାଇଦା ଏନଡିଏ ମେଣ୍ଟକୁ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

କହି ରଖୁଛୁ କି, ବିହାରରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୬ ଏବଂ ୧୧ ତାରିଖରେ ମତଦାନ । ଏବଂ ୧୪ ତାରିଖରେ ଫଳାଫଳ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୧୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ ପଡ଼ିବ । ପ୍ରଥମ ପର୍ଯ୍ୟାୟର ନାମାଙ୍କନ ଦାଖଲର ଶେଷ ତାରିଖ ୧୭ ରହିଥିଲା । ଏବଂ ଦ୍ବିତୀୟ ପର୍ଯ୍ୟାର ଶେଷ ତାରିଖ ୨୦ ରହିଥିଲା । ଏବେ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବାବବେଳେ ନିଜର ଦମଦାର ପ୍ରଚାର ଆରମ୍ଭ କରିଛନ୍ତି । ଶକ୍ତି ପ୍ରଦର୍ଶନ ଲାଗି ମସସ୍ତ ଦଳ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି ।