ସିଡିରୁ ଖସିପଡ଼ିଲେ ଲାଲୁ, ICUରେ ଭର୍ତ୍ତି

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ଏକ ଦୁର୍ଘଟଣା ଘଟିଯାଇଛି । ଘର ସିଡିରୁ ଖସିପଡ଼ି ସେ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଆଇସିୟୁରେ ଥିବା ଜଣାପଡ଼ିଛି । ଲାଲୁଙ୍କର କାନ୍ଧ ଭାଙ୍ଗିଯାଇଛି ।

ଗତ ରବିବାର ରାତିରେ ସେ ସିଡିରୁ ଖସି ପଡ଼ିଥିଲେ । ସୋମବାର ଭୋରରୁ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା ।

ଏ ନେଇ ମିଳିଥିବା ସୂଚନା ଅନୁସାରେ ଲାଲୁ ରବିବାର ରାତିରେ ଘରର ସିଡିରୁ ତଳକୁ ଓହ୍ଲାଉଥିଲେ । ସେ ହଠାତ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ । ଏହାଫଳରେ ତାଙ୍କ ଡାହାଣ ପଟ କାନ୍ଧ ଭାଙ୍ଗି ଯାଇଛି । ଘରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ହେଲେ କାନ୍ଧ ଭାଙ୍ଗିବା ଯୋଗୁ ତାଙ୍କୁ ବହୁତ କଷ୍ଟ ହୋଇଥିଲା । ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ପାଟନାରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।