ରିୟାଙ୍କୁ ଡରାଉଛି ସିବିଆଇ ପ୍ରଶ୍ନ,ଦ୍ୱିତୀୟ ଦିନରେ ଉତ୍ତର ଖୋଜିଲେ !

1 min read

ମୁମ୍ବାଇ: ରିୟାଙ୍କୁ ସିବିଆଇ କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ପ୍ରଶ୍ନ ପଚାରୁଛି । ପ୍ରଥମ ଦିନ ୧୦ ଘଣ୍ଟା । ଦ୍ୱିତୀୟ ଦିନ ୭ ଘଣ୍ଟା । ମାରାଥନ ପ୍ରଶ୍ନର ଉତ୍ତର ଦେଇ ରିୟା ଥକିଲେଣି । କିନ୍ତୁ ସିବିଆଇର ଅଧିକାରୀ ସନ୍ତୁଷ୍ଟ ନୁହନ୍ତି ରିୟାଙ୍କ ଉତ୍ତରରେ । ତେଣୁ ତୃତୀୟ ଦିନ ପାଇଁ ରିୟାଙ୍କୁ ସିବିଆଇ ପୁଣି ଡାକିଛି । ଏଣେ ସୂଚନା ମିଳୁଛି ଯେ, ରିୟା ଦ୍ୱିତୀୟ ଦିନର ପ୍ରଶ୍ନବାଣରେ ଅସ୍ତବ୍ୟସ୍ତ ହୋଇଯାଇଥିଲେ । ତାଙ୍କୁ ଉତ୍ତର ଖୋଜିବାକୁ ପଡିଥିଲା । ପୁଣି ଉତ୍ତର ଦେଲାବେଳେ ପାଟି ହୋଇଯାଇଥିଲା ଅଠା ଅଠା ।  ଆସନ୍ତୁ ନଜର ପକାଇବା କିଛି ପ୍ରଶ୍ନ ଉପରେ,ଯାହାର ଉତ୍ତର ଦେବାକୁ ଯାଇ ରିୟା ନୟାନ୍ତ ହୋଇଥିଲେ ।

riya

  • ଖାର ପ୍ରପର୍ଟି ଉପରେ ଆପଣ ଯେତିକି ହାଉସିଂ ଲୋନ୍ ନେଇଛନ୍ତି,ତା’ଠାରୁ ଅଧିକ ଆପଣ ଓ ଶୌଭିକ୍ ସୁଶାନ୍ତ ସହ ୟୁରୋପ୍ ଟ୍ରିପରେ ଖର୍ଚ୍ଚ କରିଥିଲେ । ଏହା ଉପରେ ଆପଣ କିଛି ସଫେଇ ଦେବେ କି ?
  • ଗତ ତିନି ବର୍ଷର ଆମଦାନୀର ଜରିଆ କ’ଣ ? ଆମଦାନୀ କେତେ ଥିଲା ? (ଯେଉଁ ପ୍ରୋଜେକ୍ଟ ଜରିଆରେ ଆମଦାନୀ ହୋଇଥିଲା ତାର ଦସ୍ତାବିଜ୍ ଓ ବ୍ୟାଙ୍କ ଡକ୍ୟୁମେଣ୍ଟ୍ ଦେଖାନ୍ତୁ)
  • ଆପଣଙ୍କ ଆୟକୁ ଦେଖି କ’ଣ ଆପଣଙ୍କ ଲାଇଫ୍ ଷ୍ଟାଇଲ ମେଣ୍ଟେନ୍ କରିବା ମୁସ୍କିଲ ଥିଲା ? ସେତଥିପାଇଁ ଆପଣ ସୁଶାନ୍ତଙ୍କ କାର୍ଡ ଦ୍ୱାରା ସପିଂ କରୁଥିଲେ ? ଉତ୍ତର- ସୁଶାନ୍ତ ନିଜେ ମୋ ପାଇଁ ସପିଂ କରୁଥିଲେ
  • ଯଦି ସୁଶାନ୍ତ ନିଜେ ଆପଣଙ୍କ ପାଇଁ ସପିଂ କରୁଥିଲେ ତେବେ ଆପଣ କ’ଣ ପାଇଁ ମିରାଣ୍ଡାଙ୍କଠାରୁ ସୁଶାନ୍ତଙ୍କ କାର୍ଡର ପିନ୍ ନେଇଥିଲେ ? ଆପଣ ନିଜେ ତ’ ସୁଶାନ୍ତଙ୍କୁ ପିନ୍ ମାଗି ପାରିଥାନ୍ତେ  (କୌଣସି ସିଧା ଉତ୍ତର ଦେଇ ନଥିଲେ )
  • ଆପଣଙ୍କ ପ୍ରଥମ ବୟାନ ଅନୁସାରେ ସୁଶାନ୍ତ ସେପ୍ଟେମ୍ବର ମାସରୁ ମାନସିକ ଚାପରେ ଥିଲେ ତେବେ ଆପଣ କ’ଣ ପାଇଁ ଏହାକୁ ଦୁଇ ମାସ ପର୍ଯ୍ୟନ୍ତ କାହାରିକି ଜଣାଇ ନଥିଲେ ? ନଭେମ୍ବର ମାସରେ ସେ ଆଡମିଟ୍ ହେବା ପରେ ତାଙ୍କ ଭଉଣୀମାନଙ୍କୁ ଏହାର ସୂଚନା ମିଳିଥିଲା (ସନ୍ତୋଷଜନକ ଉତ୍ତର ମିଳିନଥିଲା)
  • ଆପଣ ସୁଶାନ୍ତଙ୍କ ରୋଗ ବାବଦରେ ପରିବାରର କାହାକୁ କହିଥିଲେ ? ପରିବାରର କାହାରିକି ମଧ୍ୟ କ’ଣ ପାଇଁ କହିନଥିଲେ ?
  • ଯେତେବେଳେ ଆପଣ ଜାଣିଲେ ଯେ, ସୁଶାନ୍ତ ଶାନ୍ତି ପାଇଁ ନିଜ ଭଉଣୀ ଘରକୁ ପଂଚକୁଲା ଯାଇଛନ୍ତି ସେତେବେଳେ ଆପଣ ତାଙ୍କୁ ଏକାକୀ ଛାଡିବା ପରିବର୍ତ୍ତେ କ’ଣ ପାଇଁ ୨୫ ଥର କଲ୍ କରିଥିଲେ ? (ଗୋଳମାଳିଆ ଉତ୍ତର)
  • ସୁଶାନ୍ତଙ୍କ ପିତା ଆପଣଙ୍କ ସହ କଥା ହେବା ପାଇଁ ମେସେଜ୍ କରିଥିଲେ,ଆପଣ ତାଙ୍କୁ କ’ଣ ପାଇଁ କୌଣସି ଉତ୍ତର ଦେଇନଥିଲେ ?
  • ଜୁନ୍ ଆରମ୍ଭରୁ ସୁଶାନ୍ତଙ୍କ ଅବସ୍ଥା ବିଗିଡିବା ଆରମ୍ଭ ହୋଇଥିଲା ବୋଲି ଆପଣ ଜାଣିଥିଲେ କି ? ଉତ୍ତର – ହଁ ସୁଶାନ୍ତ କିଛି ଦିନ ହେବ ଅସହଜ ଅନୁଭବ କରୁଥିଲେ
  • ସୁଶାନ୍ତଙ୍କୁ କେଉଁ ଔଷଧ ଦେବାର ଅଛି ସେକଥା ଆପଣଙ୍କ ଛଡା ଆଉ କିଏ ଜାଣିଥିଲେ ?
  • ଜୁନ୍ ୮ ତାରିଖ ଦିନ ଘର ଛାଡିକି ଯିବା ଦିନ,ସୁଶାନ୍ତଙ୍କୁ କେଉଁ ଔଷଧ ଦେବାକୁ ହେବ କ’ଣ ଦେବାକୁ ହେବନାହିଁ ତାହା ଆପଣ କାହାକୁ କହିଥିଲେ କି ?
  • କ’ଣ ଆପଣ ଜାଣିଥିଲେ କି ଆପଣ ଘର ଛାଡିକି ଯିବା ପରେ ସୁଶାନ୍ତଙ୍କ ଦେହ ଆହୁରି ଅଧିକ ଖରାପ ହେବ ? ସେତେବେଳେ ତାଙ୍କୁ ଔଷଧ ଦେବା ବାଲା କେହି ନଥିବେ । ସେ ନିଜେ ଔଷଧ ନେବା ବନ୍ଦ କରିବାର ସମ୍ଭାବନା ରହିଛି ବୋଲି ଆପଣ ଜାଣିଥିଲେ କି ନାହିଁ ?
  • ତାଙ୍କ ଅବସ୍ଥା କଥା ଜାଣିକରି ମଧ୍ୟ ଆପଣ ତାଙ୍କ ମୋବାଇଲ ନମ୍ବରକୁ ବ୍ଲକ କରିଥିଲେ ଓ ତାଙ୍କୁ ଅଧିକ ହଇରାଣ କରିବା ପାଇଁ ପରବର୍ତ୍ତି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ସହ କୌଣସି ସଂପର୍କ ରଖିନଥିଲେ ?

Leave a Reply