ଆରମ୍ଭ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି, ଆଇନର ଆଶ୍ରୟ ନେବେ ପୁଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ

ଭୁବନେଶ୍ବର: ତୁଟୁଲାନି ବିବାଦ । ଶ୍ରୀଲିଙ୍ଗରାଜଙ୍କ  ନୀତିକାନ୍ତି ବିବାଦ ମାମଲାରେ ଟ୍ରଷ୍ଟବୋର୍ଡରୁ ଇସ୍ତଫା ଦେଲେ ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ । ଭକ୍ତଙ୍କୁ ମାଗିଲେ କ୍ଷମା । ସ୍ବାଭାବିକ ଭାବେ ଆରମ୍ଭ ହେଲା ନୀତିକାନ୍ତି । ନୀତି ଆରମ୍ଭ କଲେ ପୁଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ । ଜମି ବିବାଦ ନେଇ ଆଇନର ଆଶ୍ରୟ ନେବେ ପୁଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ ।

ଜମି ବିବାଦର ସମାଧାନର ପାଇଁ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା । ଗତ ତିନିଦିନ ଧରି ବିବାଦ ଲାଗିରହିଥିବାବେଳେ ଉପବାସରେ ଥିଲେ ଶ୍ରୀଲଙ୍ଗରାଜ । ଭକ୍ତ ଆଡ଼କାଠ ନିକଟରେ ଭୋଗ ଲଗାଇ ଫେରୁଥିଲେ । ବିବାଦ ସମାଧାନ ପାଇଁ ଗତକାଲି ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିଲା ।

ତିନି ନିଯୋଗଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବିବାଦର ସମାଧାନ ନ ହେବାରୁ ଦୁଇ ନିଯୋଗ ଟ୍ରଷ୍ଟବୋର୍ଡରୁ ଇସ୍ତଫା ଦେବା ସହ ନୀତି କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।