ଆଜି ମଧ୍ୟ ଉପାସରେ ଶ୍ରୀଲିଙ୍ଗରାଜ: ତିନି ଦିନ ପରେ ବି ତୁଟୁନି ବିବାଦ

ଭୁବନେଶ୍ୱର : ଆଜି ମଧ୍ୟ ଉପାସରେ ଶ୍ରୀଲିଙ୍ଗରାଜ । ତିନି ଦିନ ପରେ ବି ତୁଟୁନି ବିବାଦ । ଭକ୍ତ ଆଡ଼କାଠ ନିକଟରେ ଭୋଗ ଲଗାଇ ଫେରୁଛନ୍ତି । କିନ୍ତୁ ବିଧିବଦ୍ଧ ଭାବେ ନୀତିକାନ୍ତି ହୋଇପାରୁନାହିଁ । ବିବାଦ ସମାଧାନ ପାଇଁ ଗତକାଲି ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନି । ବିବାଦର ସମାଧାନ ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ବୈଠକ ଡାକିବେ ।

ଏଥିପାଇଁ ଗତକାଲି ଦେବୋତ୍ତର କମିଶନର ନିର୍ଦ୍ଦେଶ ଦେଇଛନ୍ତି । ତିନି ନିଯୋଗଙ୍କ ସହ ଆଲୋଚନା ପରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପକ୍ଷ ଅରାଜି ହୁଅନ୍ତି ବା ସେବା ନକରନ୍ତି ତାଙ୍କ ବିରୋଧରେରେ କ୍ଳଜ୍‌ ୧୭ ଅନୁସାରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପୁରୁଣା ବିବାଦ ଏବଂ ନୀତିକାନ୍ତି ବନ୍ଦ ସମ୍ପର୍କରେ ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର । ଆଜି କାର୍ଯ୍ୟନିର୍ବାହୀ ଅଧିକାରୀ ବୈଠକ ଡାକିବେ ।