spot_img

Latest Posts

ବଢୁଛି ତାପମାତ୍ରା ; ହାଡ଼ଭଙ୍ଗା ଶୀତରୁ ମିଳୁଛି ମୁକ୍ତି

ନନ୍ଦିଘୋଷ ବ୍ୟୁରୋ : ବଢୁଛି ତାପମାତ୍ରା । ହାଡ଼ଭଙ୍ଗା ଶୀତରୁ ମିଳୁଛି ମୁକ୍ତି । ଧୀରେ ଧୀରେ ରାଜ୍ୟରେ ଶୀତ କମ ହେବ ସହ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୧୬ ଟି ସ୍ଥାନରେ ୩୦ ଡିଗ୍ରିରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ବିଗତ ୫ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ହୋଇଛି । ପଛକୁ ପଛ ପଶ୍ଚିମା ଝଡ଼ ଯୋଗୁଁ ଶୀତରେ ସାମାନ୍ୟ ବ୍ରେକ ଲାଗିଛି । ଏହାସହ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଶୀତକୁ ନେଇ କୌଣସି ସତର୍କ ସୂଚନା ନଥିବା ବେଳେ ରାଜ୍ୟର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ ଭଦ୍ରକ, କେନ୍ଦ୍ରାପଡା ଓ କନ୍ଧମାଳ ଦୃଶ୍ୟମାନ ହେବାର ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର । ଆଜି ଉପକୂଳ ଓଡ଼ିଶାର ୧୯ ଟି ଜିଲ୍ଲାକୁ କୁହୁଡି ପାଇଁ ସତର୍କତା କରାଯାଇଛି ।

Latest Posts

Don't Miss