ଏୟାର ଲିପ୍ଟ ହୋଇପାରନ୍ତି ଋଷଭ, ଦିଲ୍ଲୀରେ ହୋଇପାରେ ପ୍ଲାଷ୍ଟିକ ସର୍ଜରୀ

ଡେରାଡୁନ୍: କାର୍ ଦୁର୍ଘଟଣାରେ ଗୁରୁତର ଆହତ କ୍ରିକେଟର ଋଷଭ ପନ୍ତଙ୍କୁ କରାଯାଇପାରେ ଏୟାର ଲିଫ୍ଟ। ପ୍ଲାଷ୍ଟିକ ସର୍ଜରୀ ଲାଗି ପନ୍ତଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି । ଡେରାଡୁନର ମାକ୍ସ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ପନ୍ତ । ପନ୍ତଙ୍କୁ ଆଇସିୟୁରେ ରଖାଯାଇଛି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ବିସିସିଆଇ ଏବଂ ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ । ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଡିଡିସିଏର ନିର୍ଦ୍ଦେଶକ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଡିଡିସିଏର ଏକ ଟିମ୍ ମାକ୍ସ ହସ୍ପିଟାଲରେ ପନ୍ତଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଯଦି ଆବଶ୍ୟକ ପଡ଼େ ତେବେ ପନ୍ତଙ୍କୁ ଦିଲ୍ଲୀ ସ୍ଥାନନ୍ତର କରାଯିବ। ଏହାସହ ସମ୍ଭବନା ଅଧିକ ରହିଛି ଯେ ପ୍ଲାଷ୍ଟିକ ସର୍ଜରୀ ଲାଗି ପନ୍ତଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରାଯିବ ।

ପନ୍ତଙ୍କ ଏୟାରଲିପ୍ଟ ଖବର ପାଇ ପ୍ରଂଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି । ବର୍ତ୍ତମାନ ପନ୍ତଙ୍କ ଡିଡିସିଏର ଏକ ଟିମ୍ ପନ୍ତଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ବହୁତ ଜଲଦି ପ୍ରଂଶକମାନଙ୍କୁ ପନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଅପଡେଟ ଦିଆଯିବ ବୋଲି ଡିଡିସିଏ ପକ୍ଷରୁ ସୂଚନା ମିଳିଛି । ସେଠାରେ ପନ୍ତଙ୍କ ପାଖରେ ପନ୍ତଙ୍କ ମା’ ଏବଂ କିଛି ସାଙ୍ଗ ଉପସ୍ଥିତ ଅଛନ୍ତି ।

ସେପଟେ ଆଜି ହସ୍ପିଟାଲ ଯାଇ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଛନ୍ତି ଅଭିନେତା ଅନୀଲ କପୁର ଓ ଅନୁପମ ଖେର । ସେଠାରେ ବର୍ତ୍ତମାନ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ ନିର୍ଦ୍ଦେଶକ ଶ୍ୟାମ ଶର୍ମା ରହିଛନ୍ତି । ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖାଶୁଣା କରିବା ଲାଗି ଆସୋସିଏସନର ଏକ ଟିମକୁ ସେଠାରେ ରଖାଯିବ ବୋଲି ସେ କହିଛନ୍ତି ।

ଗତକାଲି ପନ୍ତ ଦିଲ୍ଲୀରୁ ରୁଡକି ଆସିବାବେଳେ ହାମଦପୁର ନିକଟରେ ଏକ ଡିଭାଇଡରରେ ତାଙ୍କ ମର୍ସିଡିସ ପିଟି ହୋଇଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଯୋଗୁ ୨୫ ବର୍ଷ ବୟସ୍କ ପନ୍ତଙ୍କ ପିଠି, କପାଳ ଓ ଗୋଡରେ ଆଘାତ ଲାଗିଥିଲା । ଦୁର୍ଘଟଣା ସମ୍ପର୍କରେ ହରିଦ୍ବାର ଏସପି ଏସ.କେ. ସିଂ କହିଥିଲେ ଗାଡ଼ି ଚଳାଇବାବେଳେ ପନ୍ତଙ୍କ ଆଖି ପଡିଯାଇଥିଲା । ସେ ରୁଡକିସ୍ଥିତ କେତେକ ସମ୍ପର୍କୀୟଙ୍କ ନିକଟକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ ପନ୍ତଙ୍କ ପ୍ରଶଂସକଙ୍କ ମାନେ ତାଙ୍କ ସ୍ବାସ୍ଥ୍ୟ କାମନା କରିଛନ୍ତି ।