ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ଭାରତୀୟ ବଂଶୋଦ୍ଧବ ରିଷି ସୁନକ୍ !

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବଂଶୋଦ୍ଧବ ରିଷି ସୁନକ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ଅଛନ୍ତି ରିଷି । କନଜରଭେଟିଭ ପାର୍ଟି ଅଧକ୍ଷ ନିର୍ବାଚନ ଭୋଟ ଗଣତିରେ ତାଙ୍କୁ ମିଳିପାରେ ବହୁମତ । ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ରିଷିଙ୍କୁ ୮୮ଟି ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦିଙ୍କୁ ବହୁତ କମ୍ ଭୋଟ ମିଳିଛି । ଆଗାମୀ ଭୋଟ୍ ଗଣତିରେ ସେ ଆଗୁଆ ରହିବା ଆଶା କରାଯାଉଥିବା ବେଳେ ଆସନ୍ତା ସେପ୍ଟେମ୍ବର ୫ରେ ଏହା ଘୋଷଣା ହେବ ।

କନଜରଭେଟିଭ ପାର୍ଟି ଅଧ୍ୟକ୍ଷ ଭାବେ ରିଷି ନିର୍ବାଚନ ଜିତିଲେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପାଇଁ ମଧ୍ୟ ରାସ୍ତା ସଫା ହୋଇଯିବ । ଏବେ ପ୍ରଧାନମନ୍ତ୍ରୀ ଭାବେ ବୋରିଶ ଜନସନ ଇସ୍ତଫା ଦେଇଥିବା ବେଳେ ଅନ୍ତରିଣ ଭାବେ ପାର୍ଟିର ଅଧ୍ୟକ୍ଷ ଏବଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ଅଛନ୍ତି । ବୋରିଶ ଜନସନଙ୍କ ସରକାରରେ ରିଷି ଅର୍ଥମନ୍ତ୍ରୀ ଥିଲେ ।