spot_img

Latest Posts

କଣ ପାଇଁ ଏମରଜେନ୍ସି ଲାଗୁ କରିବା ପାଇଁ କହିଲେ ଋଷି କପୁର, ଜାଣନ୍ତୁ

ଦିଲ୍ଲୀର ନିଜାମୁଦ୍ଦିନର ତବଲିଗୀ ଜମାତର କରୋନା କନେକ୍ସନକୁ ନେଇ ଦେଶବ୍ୟାପି ଉତ୍ତେଜନା ସୃଷ୍ଚି ହୋଇଛି । ତବଲିଗ୍ ଜମାତରେ ଯୋଗ ଦେବାକୁ ଆସିଥିବା ଲୋକଙ୍କ ମଧ୍ୟରୁ  ୨୪ଜଣ ଲୋକେ ସଂକ୍ରମିତ ହୋଇଥିବା ବେଳେ ୪୪୧ ଜଣ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମର୍କଜ ସହିତ ଜଡିତ ଲୋକମାନେ ଉତ୍ତରପ୍ରଦେଶ,ତେଲେଙ୍ଗାନା,ତାମିଲନାଡୁ,ମହାରାଷ୍ଟ୍ର,ପଶ୍ଚିମବଙ୍ଗ ସମେତ ଦେଶର ଅନେକ ରାଜ୍ୟରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରୁ କିଛି କରୋନା ପଜିଟିଭ୍ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଏନେଇ ଅଭିନେତା ଋଷି କପୁର ନୀରବତା ଭାଙ୍ଗି ନିଜର ପ୍ରତିକ୍ରିୟା ରଖିଛନ୍ତି। ବଲିଉଡ କଳାକାର ଏନେଇ ଟ୍ୱିଟ୍ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ଋଷି କପୁରଙ୍କର ଏହି ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି ।

ଋଷି ଟ୍ୱିଟ୍ କରି କହିଛନ୍ତି ଯେ, ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ଉଚିତ୍। ଲୋକମାନେ ପୋଲିସ ଏବଂ ମେଡିକାଲ କର୍ମଚାରୀଙ୍କୁ ମାଡ ମାରୁଛନ୍ତି। ଏଭଳି  ପରିସ୍ଥିତିର ମୁକାବିଲା ପାଇଁ  ଅନ୍ୟ କୌଣସି ଉପାୟ ନାହିଁ । ଏହା ହେଉଛି ଏକମାତ୍ର ଉପାୟ ଯାହା ସମସ୍ତଙ୍କ ପାଇଁ ଭଲ ହେବ । ଋଷି କପୁରଙ୍କ ଅନୁସାରେ ପରିସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ଜରୁରୀକାଳୀନ ସ୍ଥିତି  ଘୋଷଣା କରିଦେବା ଉଚିତ୍ ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୩ଟି ନୂଆ କରୋନା ଭାଇରସ ରିପୋର୍ଟ ହେବା ପରେ ମଙ୍ଗଳବାର ଦିନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୨୦ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। ଏହି ୧୨୦ ମାମଲାରେ ମଧ୍ୟରୁ ୨୪ ଜଣ ଦିଲ୍ନୀର ନିଜାମୁଦ୍ଦିନସ୍ଥିତ ତବଲିଗର ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ। ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଅତି କମରେ ପାଞ୍ଚ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଦେଶ ବାହାରକୁ ଯାଇଛନ୍ତି। ତେବେ ଏନେଇ ନିଜକୁ ସତର୍କତା ଅବନମ୍ବନ କରିବାକୁ କହିଛନ୍ତି ଅଭିନେତା ।

 

 

 

Latest Posts

Don't Miss