ପରଦାର ଲଭର ବୟ : ବଲିଉଡର ସେଇ ଅଭିନେତା,ଯାହାଙ୍କ ନାମରେ ଅଛି ୪୫ ଅଭିନେତ୍ରୀଙ୍କ ସହ ରୋମାନ୍ସର ରେକର୍ଡ !

1 min read

ମୁମ୍ବାଇ: ଋଷି କପୁର, ୭୦ ଦଶକରେ ସେ ‘ଚକୋଲେଟ୍-ବଏ’ ଭାବେ ମଧ୍ୟ ପରିଚିତ ଥିଲେ । ସେତେବେଳେ ତାଙ୍କ ଚେହେରାକୁ ନେଇ ଫିଲ୍ମରେ ତାଙ୍କ ଭୂମିକାର ନିଷ୍ପତ୍ତି ନିଆଯାଉଥିଲା । ସେ ଜଣେ ହିଟ୍ ‘ରୋମାଣ୍ଟିକ୍’ ହିରୋ ଥିଲେ । ତାଙ୍କ କ୍ୟାରିଅରର ପ୍ରଥମ ଦୁଇଟି ଫିଲ୍ମରେ ସେ ରାଜ କପୁରଙ୍କ ପୁଅ ଭାବେ ଜଣାଯାଉଥିଲେ । ହେଲେ ପରଦାରେ ପାଦ ଦେବାର କିଛି ଦିନ ମଧ୍ୟରେ ସେ ନିଜ ପ୍ରତିଭା ପାଇଁ ଖୁବ ଲୋକପ୍ରିୟତା ହାସଲ କରିଥିଲେ ।

‘ମେରା ନାମ ଜୋକର’ ପାଇଁ ଶ୍ରେଷ୍ଠ ଶିଶୁ ଅଭିନେତା ପାଇଁ ଜାତୀୟ ପୁରସ୍କାର ହାସଲ କରିଥିଲେ ଋଷି । ଏହା ସହ ବବି ଫିଲ୍ମରେ ଅଭିନୟ ପାଇଁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ଟ୍ରଫି ଜିତିଥିଲେ । ବଲିଉଡରେ ସେ ନିଜର ଏକ ନିଆରା ସ୍ଥାନ ସୃଷ୍ଟି କରିଥିଲେ ଯାହା ଚିର ଦିନ ପାଇଁ ସ୍ମରଣୀୟ ହୋଇ ରହିବ ।  ଭାରତୀୟ ସିନେମାରେ ସେ ଏମିତି ଏକ ପରିବାରରେ ଜନ୍ମ ହୋଇଥିଲେ ଯେଉଁ ପରିବାରର ଅଧିକାଂଶ ସଦସ୍ୟ କଳାକାର ଥିଲେ । ଋଷିଙ୍କ  ପିତା ରାଜ କପୁର,  କାକା ଶମି କପୁର ଏବଂ ଶଶି କପୁର, ଏବଂ ଜେଜେବାପା ପ୍ରୀଥ୍ୱିରାଜ କପୁର ତଥା ବଡ଼ ଭାଇ ରଣଧିର କପୁର ବଲିଉଡ ଜଗତର ଜଣାଶୁଣା ଚରିତ୍ର । ହେଲେ ସେ ନିଜ ପରିଚୟ ସୃଷ୍ଟି କରିବାକୁ କେବେ ବି କାହା ନାଁର ସାହାଯ୍ୟ ନେଇନଥିଲେ । ନିଜ ବଳ, କଳା, ପ୍ରତିଭା ଯୋଗୁଁ ସେ ପ୍ରତିଷ୍ଠା ହାସଲ କରିବାରେ ସଫଳ ହୋଇଥିଲେ ।

ଋଷିଙ୍କୁ ନିଜ ପ୍ରତିଭା ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା । ମ୍ୟାଚୋ ମ୍ୟାନ୍ ଏବଂ ଆକ୍ସନ୍ ହିରୋଙ୍କ ଭିଡ ଭିତରେ ଋଷି ନିଜ ପାଇଁ ଅଲଗା ପରିଚୟ ସୃଷ୍ଟି କରିଥିଲେ । ଋଷି ନିଜ ପିଲାଳିୟା ଚେହେରା ନେଇ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବାରେ ସଫଳ ହୋଇଥିଲେ । ତାଙ୍କ ସମୟର ପ୍ରାୟ ସମସ୍ତ ଅଭିନେତା ତଥା ଅନେକ ଭେଟେରାନଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ଋଷି । ସେ ମୁଖ୍ୟ ଭୂମିକାରେ ହିରୋ ହୁଅନ୍ତୁ ବା ଚରିତ୍ର ଅଭିନେତା ହୁଅନ୍ତୁ, ସର୍ବଦା ନିଜ ଭୂମିକାରେ ତାଙ୍କର ବିଶେଷ ଛାପ ଛାଡିଛନ୍ତି । ଆଜି ସେ ତାଙ୍କ ପୁଅ ରଣବୀର କପୁରଙ୍କଠାରୁ ମଧ୍ୟ ଅଧିକ ଲୋକପ୍ରିୟ |

ତେବେ ଅଭିନେତ୍ରୀଙ୍କ ମଧ୍ୟରେ, ବିଭିନ୍ନ ବୟସ ବର୍ଗର ପ୍ରାୟ ସମସ୍ତ ହିରୋଇନଙ୍କ ବିପକ୍ଷରେ ଋଷି ଅଭିନୟ କରିଛନ୍ତି । ଶବାନା, ହେମା, ରାଖୀ ଏବଂ ରେଖାଙ୍କ ଠାରୁ ଆରମ୍ଭ କରି ମାଧୁରୀ, ଶ୍ରୀଦେବୀ, ଟିନା ମୁନିମ, ରବିନା ଏବଂ ଦିବ୍ୟ ଭାରତୀଙ୍କ ପର୍ଯ୍ୟନ୍ତ ସେ ସମସ୍ତଙ୍କ ସହ ରୋମାନ୍ସ କରିଛନ୍ତି। ସେ ଡିମ୍ପଲ୍ କାପାଡିଆ, ରଞ୍ଜିତା, ପଦ୍ମିନୀ କୋହ୍ଲାପୁରେ ଏବଂ ଶୋମା ଆନନ୍ଦଙ୍କ ପରି  ଅଭିନେତ୍ରୀଙ୍କ ବିପକ୍ଷରେ  ମଧ୍ୟ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ପରେ କୌଣସି ଅଭିନେତା ଏତେ ସଂଖ୍ୟକ ହିରୋଇନଙ୍କ ସହ ପରଦା ଉପରେ ରୋମାନ୍ସ କରି ନାହାନ୍ତି । ତେଣିକି ତାହା ଫିଲ୍ମୀ ହେଉ କିନ୍ତୁ ସତ ହେଲା ସେ ଭାରତକୁ ପ୍ରେମ କରିବା ଶିଖାଇଥିଲେ ।

ପାଖା ପାଖି ୪୫ଜଣ ଅଭିନେତ୍ରୀଙ୍କ ସହ ଋଷି ପରଦାରେ ରୋମାନ୍ସ କରିଛନ୍ତି । ତାଙ୍କର ରୋମାଣ୍ଟିକ୍ ଗୀତ ଚିର ସବୁଜ । ବାସ୍ତବରେ ଏଭଳି ରେକର୍ଡ ବଲିଉଡରେ କୌଣସି ଅଭିନେତା କରିନଥିବେ । କୌଣସି ଅଭିନେତା ଋଷିଙ୍କଠାରୁ ଅଧିକ ରୋମାନ୍ସ କରିନଥିବେ ।

 

 

Leave a Reply