spot_img

Latest Posts

କପୁର ଖାନଦାନର ଗେହ୍ଲାପୁଅ ଋଷି,ଯିଏ ପରେ ସିଲଭର ସ୍କିନର ଲଭର ବୟ ପାଲଟିଥିଲେ…

ମୁମ୍ବାଇ: ବର୍ଷିଆନ ଅଭିନେତା ଋଷି କପୁରଙ୍କ ସାର୍ ଏଚ୍ ଏନ୍ ହସ୍ପିଟାଲରେ ରିଲାଏନ୍ସ ଫାଉଣ୍ଡେସନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ଋଷି କପୁର କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ । କପୁରଙ୍କ ଜନ୍ମ ୪ ସେପ୍ଟେମ୍ବର ୧୯୫୨ ମସିହାରେ ହୋଇଥିଲା । ସେ ଏକାଧାରାରେ ଜଣେ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ ଥିଲେ ।

ଋଷି କପୁର ମୁମ୍ୱାଇରେ ଏକ ପଂଜାବୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ କପୁରଙ୍କ ଦ୍ୱିତୀୟ ପୁତ୍ର ଏବଂ ଅଭିନେତା ପୃଥ୍ୱୀରାଜ କପୁରଙ୍କ ନାତି ଥିଲେ । ସେ ତାଙ୍କ ଭାଇମାନଙ୍କ ସହିତ କ୍ୟାମ୍ପିୟନ୍ ସ୍କୁଲ୍, ମୁମ୍ବାଇ ଏବଂ ମେୟୋ କଲେଜ୍, ନିଜ ସ୍କୁଲ ଜୀବନ ଶେଷ କରିଥିଲେ । ତାଙ୍କ ଭାଇ ରାଣଧୀର କପୁର ଏବଂ ରାଜୀବ କପୁର, ମାମୁଁ, ପ୍ରେମ ନାଥ ଏବଂ ରାଜେନ୍ଦ୍ର ନାଥ, ଜେଜେ ଶଶି କପୁର ଏବଂ ଶାମି କପୁର ସମସ୍ତେ ଅଭିନେତା ଥିଲେ । ତାଙ୍କର ଦୁଇ ଭଉଣୀ ହେଉଛନ୍ତି  ରିତୁ ନନ୍ଦା ଏବଂ ରିମା  ।

ଋଷି କପୁର ଶିଶୁ କଳାକାର ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ସେ ତାଙ୍କ ଡେବ୍ୟୁ ଫିଲ୍ମ ବବି ପାଇଁ ଫିଲ୍ମଫେୟାର ପୁରସ୍କାର ଏବଂ ୨୦୦୮ରେ ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ସହିତ ଅନ୍ୟାନ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମେରା ନାମ ଜୋକରରେ ତାଙ୍କର ଚମତ୍କାର ଭୂମିକା ପାଇଁ ୧୯୭୧ ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ ।

ପରିବାର ଧାରାକୁ ଅନୁସରଣ କରି ସେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଜେଜେବାପା ଏବଂ ପିତାଙ୍କ ପାଇଁ  ପଦାଙ୍କ ଅନୁସରଣ କରି  ଋଷି ଜଣେ ସଫଳ ଅଭିନେତା ଭାବରେ ଉଭା ହୋଇଥିଲେ । ମେରା ନାମ ଜୋକର ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ ସେ ତାଙ୍କ ପିତାଙ୍କ ପିଲାଦିନର ଚରତ୍ରରେ ଅଭିନୟ କରିଥିଲେ । ଯିଏ କି ତାଙ୍କ କିଶୋର ଅବସ୍ଥାରେ ନିଜ ଶିକ୍ଷକଙ୍କୁ ଭଲ ପାଇବା ଆରମ୍ଭ କରେ । କିନ୍ତୁ ବବି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୨ ଜାନୁଆରୀ ୧୯୮୦ ରେ ଋଷି କପୁର ଏବଂ ନୀତୁ ସିଂ ବିବାହ କରିଥିଲେ।

ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି, ରଣବୀର କପୁର ଯିଏ ଜଣେ ଅଭିନେତା ଏବଂ ରିଦ୍ଦିମା କପୁର ଯିଏ ଡ୍ରେସ ଡିଜାଇନର ବେଶ ପ୍ରସିଦ୍ଧ । କରିସ୍ମା କପୁର ଏବଂ କରୀନା କପୁର ତାଙ୍କର ଝିଆରି ।

Latest Posts

Don't Miss