‘ମେରା ନାମ ଜୋକର’ କି ‘ବବି’ ନୁହେଁ ଏହାପୂର୍ବରୁ ଋଷି ନଜର ଆସିଥିଲେ ଏହି ଫିଲ୍ମରେ

ମୁମ୍ବାଇ : ଋଷି କପୁରଙ୍କ ନିଧନରେ ବଲିଉଡ଼କୁ ଲାଗିଛି ବଡ଼ ଝଟକା । ଏନେଇ ମହାନାୟକ ଅମିତାଭ ବଚ୍ଚନ ନିଜ ଟ୍ୱିଟର ଆକାଉଣ୍ଟରେ ସର୍ବପ୍ରଥମେ ଖବର ଦେଇଥିଲେ ।  ଆଜି ସମସ୍ତେ ଏହି ବଡ଼ ଅଭିନେତାଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି । ସେ ତାଙ୍କ ଅଭିନୟ ଜରିଆରେ ସମସ୍ତ ହୃଦୟରେ ରାଜ କରି ଆସୁଥିଲେ ।   ଫିଲ୍ମ ମେରା ନାମ୍ ଜୋକର ହେଉ କି ତାଙ୍କ ଡେବ୍ୟୁ ଫିଲ୍ମ ବବି ହେଉ ସବୁଥିରେ ସେ ତାଙ୍କର ଛାପ ଛାଡ଼ିଛନ୍ତି ।

କେବେ ତାଙ୍କ ହସର ଦିୱାନା ଥିବା ବଲିଉଡ଼ ଆଜି ନିସ୍ତବ୍ଦ ।  ୪ ସେପ୍ଟେମ୍ବର ୧୯୫୨ ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ନାୟକ ଯେମିତି କେବଳ ଅଭିନୟ ପାଇଁ ଜନ୍ମ ନେଇଥିଲେ । ଯଦିଓ ତାଙ୍କୁ ବଲିଉଡ଼ ଆସିବାକୁ ଏତେଟା ଷ୍ଟ୍ରଗଲ କରିବାକୁ ପଡ଼ି ନଥିଲା କିନ୍ତୁ ପ୍ରଥମ ଫିଲ୍ମରେ ନେସନାଲ ଆୱାର୍ଡ ପାଇବା କିଛି କମ୍ କଥା ନଥିଲା ।

ତେବେ ଆପଣମାନେ ଭାବୁଥିବେ ମେରା ନାମ ଜୋକର ତାଙ୍କ ପ୍ରଥମ ଚଳଚିତ୍ର ଥିବ  । ଏବଂ ନାୟକ ଭାବେ ପ୍ରଥମ ଡେବ୍ୟୁ ଫଲ୍ମ ବବି କିନ୍ତୁ ତା ପୂର୍ବରୁ ସେ ବଡ଼ ପରଦାରେ ନଜର ଆସି ସାରିଥିଲେ । ସେ ତାଙ୍କ ବାପାଙ୍କ ଫିଲ୍ମ ‘ଶ୍ରୀ ୪୨୦’ର ଏକ ଗୀତରେ ନଜର ଆସି ସାରିଥିଲେ । ଆଜ୍ଞା ହଁ ଋଷି ପ୍ରଥମ ଥର ପାଇଁ କ୍ୟାମେରା ଫେସ୍ କରିଥିଲେ ତାଙ୍କ ବାପାଙ୍କ ଫିଲ୍ମର ଏକ ଗୀତ ‘ପ୍ୟାର ହୁଆ ଏକ ରାର ହୁଆ’  । ଏହି ଗୀତ ସୁଟିଂ ସେଟରେ ଋଷି ଆସି ପହଞ୍ଚି ଥିଲେ ଏବଂ ସେଠାରେ ସେ ଏତେ କାନ୍ଦି ଥିଲେ ଯେ, ଫିଲ୍ମରେ ହିରୋଇନ ଥିବା ନର୍ଗୀସ ଯେତେ ଚକଲେଟ ଦେଇ ବୁଝାଇବାକୁ ଚେଷ୍ଟା କରିଥିଲେ ବି ବୁଝି ନଥିଲେ ଋଷି । ଏବଂ ତାଙ୍କୁ ବୁଝାଇବାକୁ ଯାଇ ସେହି ଗୀତର ଏକ ଛୋଟ ସିନରେ ନିଆଯାଇଥିଲା ।

ଆପଣମାନେ ଦେଖିଥିବେ ବର୍ଷାର ସେହି ଗୀତରେ ୨ଜଣ ଛୋଟ ଛୁଆଙ୍କ ସହ ସେ ଚାଲି ଚାଲି ଆସୁଛନ୍ତି ଋଷି । ତାପରେ ୧୯୭୧ରେ ମେରା ନାମ ଜୋକର ଏବଂ ତାପରେ ବବି ଜରିଆରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଋଷି । ଋଷିଙ୍କ ନିଧନରେ ବଲିଉଡ଼ର ଏକ ଅପୂରଣୀୟ କ୍ଷତି ।

Leave a Reply