୬ ମାସର ଋଷିଙ୍କୁ କୋଳରେ ଧରିବା କଥାକୁ ମନେ ପକାଇଲେ ଲତା,ଦେଲେ ଏମିତି ଶ୍ରଦ୍ଧାଜ୍ଞଳି

1 min read

ମୁମ୍ବାଇ: ଆଉ ଶୁଣିବାକୁ ମିଳିବନି ଡଫଲିର ସେଇ ଶବ୍ଦ ଯାହାକୁ ବଜାଇ ହିଟ୍ କରିଥିଲେ ତାଙ୍କ ଅଭିନିତ ଫିଲ୍ମ ସଂଗ୍ରାମକୁ । ଆଜି ସେ ତାଙ୍କ ଇହଲୀଳା ସମାପ୍ତ କରିଛନ୍ତି ଆଉ ଚାଲି ଯାଇଛନ୍ତି ଆରପାରିକୁ । ତାଙ୍କ ନିଧନରେ ପୂରା ବଲିଉଡ଼ ଏବେ ଭାଙ୍ଗି ପଡ଼ିଛି । ଏନେଇ ଲତା ମଙ୍ଗେଶକର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଲତା ଋଷିଙ୍କ ସହିତ ତାଙ୍କର ପିଲାଦିନର ସ୍ମୃତି ବିଷୟରେ ବର୍ଣ୍ଣନା କରିଛନ୍ତି ।

ସେ କହିଥିଲେ- ‘ମୁଁ ପ୍ରକୃତରେ ବହୁତ ଦୁଃଖିତ । ମୋତେ କିଛି ପଚାର ନାହିଁ । ଯେତେବେଳେ ତାଙ୍କୁ ୨ କି ୩ ମାସ ହୋଇଥିଲା, ସେତେବେଳେ ତାଙ୍କୁ ମୁଁ ମୋ ହାତରେ ଧରିଥିଲି । ମୁଁ ବହୁତ ଦୁଃଖିତ ମୋ ପାଇଁ କିଛି କହିବା ଅସମ୍ଭବ ’। ଲତାଙ୍କ ଭଉଣୀ ଆଶା ଭୋସଲେ ମଧ୍ୟ ଋଷି କପୁରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ  ଗଣମାଧ୍ୟମକୁ କହିଛନ୍ତି ଯେ, ପିଲାଦିନରୁ କପୁର ପରିବାର ସହିତ ତାଙ୍କର ଅନେକ ସ୍ମୃତି ରହିଛି । ମୁଁ ତାଙ୍କ ଘରକୁ ଏକାକୀ ଖାଇବାକୁ ଯାଇଥିଲି । ଋଷି କପୁରଙ୍କ ସହ ତାଙ୍କର ଗଭୀର ସମ୍ପର୍କ ଥିଲା, ଏବଂ ଋଷି ଆଶାଙ୍କ ହାତ ତିଆରି ଜିନିଷ ଖାଇବାକୁ ଭଲ ପାଉଥିଲେ । ସେ ସବୁବେଳେ ଫୋନରେ କହୁଥିଲେ, ମୁଁ କେବେ ଖାଇବାକୁ ଆସିବି । ମୁଁ ବହୁତ ଦୁଃଖିତ ଋଷି ବହୁତ ମିଶାଣିଆ ମଧ୍ୟ ଥିଲେ। ଯେବେ ବି ମୁଁ ଫୋନ କରେ ଋଷି ଆସନ୍ତି ।’

‘କେବେ ସେ ଗର୍ବ କରନ୍ତି ନାହିଁ । ସେ ବହୁତ ହସଖୁସିକୁ ଭଲ ପାଆନ୍ତି । ସେ ଯେକୌଣସି ପରିସ୍ଥିତି ହେଉ ତାଙ୍କ ମୁହଁରେ ସବୁ ବେଳେ ହସ ଥାଏ । ବର୍ତ୍ତମାନ ରୋଷେଇ କରିବା ସମୟରେ, ମୁଁ ବହୁତ ଦୁଃଖିତ ଯେ ମୁଁ ତାଙ୍କୁ ଖାଇବାକୁ ଡାକିପାରିବି ନାହିଁ । ସେ ମୋ ହାତ ବିରିୟାନି ଏବଂ ଡାଲିକୁ ବହୁତ ପସନ୍ଦ କରୁଥିଲେ । କଥାବାର୍ତ୍ତା ବେଳେ ଆଶା ଭାବପ୍ରବଣ ହୋଇଯାଇଥିଲେ ।

କିଛି ଦିନ ପୂର୍ବରୁ ଋଷି କପୁର ମଧ୍ୟ ଲତାଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ, ଋଷିଙ୍କୁ କିଛି ମାସ ହୋଇଥିଲା ଯେତେବେଳେ ଲତା ତାଙ୍କୁ କୋଳରେ ଉଠାଇ ନେଇଥିଲେ | ସେ ଏହି ଫଟୋକୁ ଟୁଇଟ୍ କରି ଲେଖିଥିଲେ- ‘ନମସ୍ତେ ଲତା ଜୀ। ତୁମର ଆଶୀର୍ବାଦ ସହିତ ଦେଖନ୍ତୁ, ମୁଁ ମୋର ଦୁଇ ତିନି ମାସର ଫଟୋ ପାଇଛି । ତୁମର ଆଶୀର୍ବାଦ ସବୁବେଳେ ମୋ ଉପରେ ଅଛି । ବହୁତ ବହୁତ ଧନ୍ୟବାଦ । କଣ ମୁଁ ଦୁନିଆକୁ କହିପାରିବି ଏହି ଫଟୋ ଟ୍ୱିଟରରେ ସେୟାର କରି ? ଏହା ମୋ ପାଇଁ ଏକ ଅତ୍ୟନ୍ତ ମୁଲ୍ୟବାନ ଫଟୋ…

ଗୁରୁବାର ସକାଳେ ମୁମ୍ବାଇର ଏକ ଡାକ୍ତରଖାନାରେ ଋଷି କପୁରଙ୍କ ନିଧନ ହୋଇଛି । ହଠାତ୍ ସେ ଅସୁସ୍ଥ ହେବାରୁ ତାଙ୍କୁ ବୁଧବାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁବାର ଦିନ ତାଙ୍କର ପରଲୋକ ହୋଇଛି ।

Leave a Reply