ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା: ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବଢ଼ିଲା ଟେନସନ
1 min read
ଫେବୃଆରୀ ୨୩ରେ ହେବାକୁ ଥିବା ଭାରତ-ପାକିସ୍ତାନ ଡାଇଭୋଲଟେଜ ମ୍ୟାଚକୁ ବିଶ୍ବର କୋଟି କୋଟି କ୍ରିକେଟପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମ୍ୟାଚ ସବର୍ଦା ରୋମାଞ୍ଚକର ହୋଇଥାଏ । ତେବେ ଏହା ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ଗୋଟିଏ ପଟେ ଏହି ମହାମୁକାବିଲା ପାଇଁ ଦୁଇ ଟିମର ଖେଳାଳିମାନେ ଜୋରଦାର ଭାବେ ଅଭ୍ୟାସ ଚଳାଇଥିବା ବେଳେ ଅନ୍ୟ ପକ୍ଷରେ ଜଣେ ଷ୍ଟାର ଖେଳାଳି ବୀମାରଗ୍ରସ୍ତ ହୋଇଛନ୍ତି । ତେଣୁ ଚାମ୍ପିୟନ୍ସ ଟ୍ରଫିର ପାକିସ୍ତାନ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ପୂର୍ବରୁ ଏହି ଖବର ଭାରତ ଓ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଖବର ।
ସୂଚନା ମୁତାବକ, ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଓ୍ବିକେଟ କିପର ଋଷଭ ପନ୍ତ ବୀମାରଗସ୍ତ ହୋଇଛନ୍ତି । ପନ୍ତଙ୍କ ବୀମାରୀ ଏବେ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇ ଦେଇଛି । କାରଣ ଦଳ ପାଇଁ ଏବେ କେବଳ ଜଣେ ମାତ୍ର ଓ୍ବିକେଟ କିପର କେଏଲ ରାହୁଲ ରହିଛନ୍ତି । ଦୁବାଇ ଇଣ୍ଟରନ୍ୟାସନାଲରେ ହେବାକୁ ଥିବା ବଡ଼ ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଛି ଏକ ବଡ଼ ଝଟକା । ଖରାପ ସ୍ବାସ୍ଥ୍ୟ କାରଣରୁ ପନ୍ତ ଅଭ୍ୟାସ କରିନଥିଲେ । ପନ୍ତଙ୍କୁ ଭାଇରଲ ବୁଖାର ହୋଇଥିବାରୁ ତାଙ୍କୁ ପ୍ରାକ୍ଟିସ ସେସନରୁ ଆରାମ ଦିଆଯାଇଥିଲା । ତେଣୁ ରବିବାର ମୁକାବିଲା ପୂର୍ବରୁ ପନ୍ତ ଫିଟ ହୋଇପାରିବେ କି ନା ତାହା ଏବେ ବଡ଼ ପ୍ରଶ୍ନ । ତେବେ ପନ୍ତ ଆସନ୍ତାକାଲି ପ୍ଲେଇଂ-୧୧ରେ ରହିବେ ନାହିଁ, କାରଣ ରାହୁଲଙ୍କୁ ଦଳ ପ୍ରଥମ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ନିଯୁକ୍ତ କରାଯାଇଛି ।