କୋହଲୀ, ପନ୍ତ ଓ ବୋଲର ଜିତାଇଲେ ମ୍ୟାଚ୍

1 min read

କୋଲକାତା: ଇଡେନ ଗାଡେନ୍ସରେ ଖେଳାଯାଇଥିବା ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ମ୍ୟାଚ୍‌କୁ ୮ରନ୍ ଜିତି ନେଇଛି ଭାରତ । ଏହା ସହିତ ୩ଟିକିଆ ସିରିଜ୍‌କୁ ୨-୦ରେ ଜିତି ନେଇଛି । ଭାରତ ଦ୍ୱାରା ରଖାଯାଇଥିବା ୧୮୭ ରନ ବିଜୟ ଲକ୍ଷ୍ୟ ଜବାବରେ ଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ ରନ କରିପାରିଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୨ ରନ ଓ ରୋଭମାନ ପଓ୍ୱେଲ ୬୮ ରନ କରିଥିଲେ ।

ଆଜିର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  । ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା । ଓପନ୍‌ର ଈଶାନ୍ କିଷନ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ପ୍ରଥମ ଟି-୨୦ରେ ଜବରଦସ୍ତ ବ୍ୟାଟିଂ କରିଥିବା ରୋହିତ୍ ଶର୍ମା ମାତ୍ର ୧୯ ରନ୍‌ର ବ୍ୟକ୍ତିଗତ ସ୍କୋରରେ ପେଭିଲିୟନ୍ ଫେରିଥିଲେ । ରୋହିତଙ୍କୁ ରୋଷ୍ଟନ୍ ଚେଜ୍ ଆଉଟ୍ କରିଥିଲେ। ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଲଗାତର ଖରାପ ଫର୍ମରେ ଥିବା ବିରାଟ୍‌ କୋହଲି ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଏବଂ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ କୋହଲି ନିଜ ୱିକେଟ୍‌ ହରାଇ ବସିଥିଲେ। ସେ ୪୧ ବଲର ସାମ୍ନା କରି ୭ ଚୌକା ଓ ୧ ଛକା ସହ ୫୨ ରନ୍ କରିଥିଲେ। କୋହଲିଙ୍କ ଆଉଟ୍ ପରେ ଋଷଭ ପନ୍ତ ଓ ଭେଙ୍କଟେଶ ଆୟର୍ ରନ୍ ଗତି ଜାରି ରଖିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୭୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତକୁ ମଜଭୁତ ସ୍କୋରରେ ପହଞ୍ଚାଇଥିଲେ। ଏହି ବିଜୟ ସହ ଭାରତ ସିରିଜର ୨-୦ରେ ଅଜେୟ ଅଗ୍ରଣୀ ହାସଲ କରିଛି ।

ଏଥିସହିତ ପଢ଼ନ୍ତୁ: ସନରାଇଜର୍ସ ହାଇଦ୍ରାବାଦ ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଲେ କାଟିଚ୍

Leave a Reply