୨୦୨୪ ଆଇପିଏଲ ଖେଳିବେ ତ ପନ୍ଥ? ଏବେ ଯାଏଁ ପାଇନାହାନ୍ତି ଫିଟନେସ ସାର୍ଟିଫିକେଟ୍

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେବ କ୍ରିକେଟର େକୗଣସି ସିରିଜ ଖେଳିନାହାନ୍ତି । ତେବେ ଆଶା କରାଯାଉଛି କି, ୨୦୨୪ ଆଇପିଏଲ ସିଜିନରେ ଦଳକୁ ଫେରିବେ ପନ୍ଥ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ ଖେଳୁଥିବା ପନ୍ଥ କେବଳ ବ୍ୟାଟିଂ କରିବେ ଏବଂ ଓ୍ବିକେଟ କିପିଂ କରିବେ ନାହିଁ ବୋଲି କୁହାଯାଇଥିଲା । ମାତ୍ର ଏଯାବତ ନ୍ୟାସନାଲ କ୍ରିକେଟ ଏକାଡେମୀ ନିଜର ଫିଟନେସ ସାର୍ଟିଫିକେଟ ପାଇନାହାନ୍ତି ପନ୍ଥ । ନିକଟରେ ଦିଲ୍ଲୀ କ୍ୟାପିଟାଲର ଡାଇରେକ୍ଟର ସୌରଭ ଗାଙ୍ଗୁଲି କହିଥିଲେ କି, ମାର୍ଚ୍ଚ ୫ ତାରିଖରେ ପନ୍ଥଙ୍କୁ ଫିଟନେସ ସାର୍ଟଫିକେଟ ମିଳିବ । ମାତ୍ର ଏଯାବତ ତାଙ୍କୁ ସାର୍ଟିଫେକଟ ମିଳିନାହିଁ । ପ୍ରଶଂସକମାନେ ପନ୍ଥ କେବେ କ୍ରିକେଟ ମଇଦାନକୁ ଓହ୍ଲାଇବେ ଏହା ଉପରେ ନଜର ରଖିଛନ୍ତି ।

୩୦ ଡିସେମ୍ବର ୨୦୨୨ ମସିହାରେ ପନ୍ଥଙ୍କ ସଡ଼କ ଦୁର୍ଘଟଣା ଘଟିଥିଲା । ଯେଉଁ କାରଣରୁ ସେ ମଇଦାନରୁ ଦୂରରେ ଥିଲେ । ମାତ୍ର ଫିଟନେସ ସାର୍ଟିଫିକେଟ ପାଇଁ ପନ୍ଥ କ୍ଲିୟର କରିବାର ନଥିଲା । ମାତ୍ର ଏଯାବତ ତାଙ୍କୁ କ୍ଲିୟରାନ୍ସ ମିଳିନାହିଁ । ମାର୍ଚ୍ଚ ୨୨ରୁ ଆଇପିଏଲ ମହାସମର ଆରମ୍ଭ ହେବାକୁ ଥିବାବେଳେ ପନ୍ଥ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଗତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ନୈରାଶ୍ୟଜନକ ଥିବାବେଳେ ଏଥରକ ପନ୍ଥ ଫେରିବେ ଏବଂ ଦଳ ଭଲ ପ୍ରଦର୍ଶନ କରିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି । ମାତ୍ର ପନ୍ଥଙ୍କୁ ଫିଟନେସ ସାର୍ଟିଫିକେଟ ମିଳିନାହିଁ ।