ପରଲୋକରେ କ୍ରିକେଟ ଜଗତର ଦ୍ରୋଣାଚାର୍ଯ୍ୟ ତାରକ ସିହ୍ନା

2 min read

ନୂଆଦିଲ୍ଲୀ: ପରଲୋକରେ ଭାରତୀୟ କ୍ରିକେଟର ବରିଷ୍ଠ କୋଚ୍ ତରକ ସିହ୍ନା। ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ ତାରକ । କିନ୍ତୁ ଦୀର୍ଘ ଦିନର ଚିକିତ୍ସା ପରେ ଆଜି ଭୋର ୩ ଟାରେ ମୃତ୍ୟୁ ବରଣ କରିଥିଲେ ତାରକ । କିଛି ଦିନ ହେବ ଫୁସଫୁସ୍ କ୍ୟାନସରରେ ପୀଡିତ ଥିଲେ ତାରକ । ତେବେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ନେଇ ବରିଷ୍ଠ କ୍ରୀଡା ସାମ୍ବାଦିକ ବିଜୟ ଲୋକପାଲ୍ଲୀ ଟୁଇଟ କରି କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ତାରକ ସିହ୍ନା ଦିଲ୍ଲୀର ସୋନେଟ କ୍ରିକେଟ କ୍ଲବକୁ ଚଳାଉଥିଲେ । ତାରକଙ୍କଠାରୁ କୋଚିଂ ନେଇ ୧୨ ଜଣ କ୍ରିକେଟର ଭାରତ ପାଇଁ ଖେଳିଥିବା ବେଳେ ୧୦୦ରୁ ଅଧିକ ଖେଳାଳି ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର ଜଲଓ୍ବା ଦେଖାଇଛନ୍ତି । ଆକାଶ ଚେପ୍ରା, ଆଶିଷ ନେହେରା, ଶିଖର ଧାଓ୍ବନ, ଅଞ୍ଜୁନ ଚେପ୍ରାଙ୍କ ଠାରୁ ଆରମ୍ଭ କରି ଋଷଭ ପନ୍ତ ପର୍ଯ୍ୟନ୍ତ ଏହି ସମସ୍ତ ଅନ୍ତର୍ଜାତୀୟ ଖେଳାଳି ହେଉଛନ୍ତି ତାରକଙ୍କ ଶିଷ୍ୟ । ଭାରତରେ ଅନେକ କ୍ରିକେଟ କୋଚ ଅଛନ୍ତି କିନ୍ତୁ ତାରକ ସିହ୍ନା ଥିଲେ ଏସମସ୍ତଙ୍କୁ ଭିନ୍ନ । ଶ୍ରୀ ସିହ୍ନା ଦିଲ୍ଲୀ ଜାତୀୟ ଦଳର କୋଚ ଭାବରେ ୧୯୮୫-୮୬ରେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ କୋଚିଂରେ ଦିଲ୍ଲୀ ରଣଜୀରେ ଚମ୍ପିଆନ ମଧ୍ୟ ହୋଇଥିଲେ ।

ଯେତେବେଳେ ବିସିସିଆଇ ତାଙ୍କୁ ଜାତୀୟ ମହିଳା ଦଳର ଅଧିନାୟକ କୋଚ ଭାବରେ ନିଯୁକ୍ତି ଦିଆଯାଇଥିଲା ସେ ସମୟରେ ତାଙ୍କ ଅଭିଜ୍ଞତାକୁ ଠିକ୍ ଭାବରେ ବ୍ୟବହାର କରିନଥିଲା । ସେ ବହୁ ଯୁବ ତାରକାଙ୍କ ସହ କାମ କରିଥିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଓ ମିତାଲି ରାଜ । ତାରକଙ୍କ ପାଇଁ ସୋନେଟ ଏକାଡେମୀ ଥିଲା ଏକ ପରିବାର । ତାଙ୍କ କୋଚିଂରେ ଥିଲା ଅନ୍ୟ ଏକ ଗୁରୁରତ୍ବପୂର୍ଣ୍ଣ ଦିଗ ଥଲା ସେ କୗଣସି ଛାତ୍ରଙ୍କୁ ଅବହେଳା କରୁନଥିଲେ ।

ଭାରତୀୟ କ୍ରିକେଟ ପ୍ରତି ତାଙ୍କ ଅବଦାନ ପାଇଁ ୨୦୧୮ ମସିହାରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା । ସେ ପଞ୍ଚମ ଭାରତୀୟ କୋଚ ଭାବରେ ଏହି ପୁରସ୍କାର ପାଇଥିଲେ । ତାରକଙ୍କ ବ୍ୟତୀତ ଦେଶ ପ୍ରେମ ଆଜାଦ, ଗୁରୁଚରଣ ସିଂ, ରମାକାନ୍ତ ଆର୍ଚେକର ଓ ସୁନୀତା ଶର୍ମାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଛି । ୯୦ ଦଶକ ପରେ ସେ ଭାରତୀୟ କ୍ରିକେଟକୁ କିଛି ଉନ୍ନତ ଧରଣର ଖେଳାଳି ତାଙ୍କଠାରୁ କୋଚିଂ ନେଇ ଭାରତ ପାଇଁ ଖେଳିଥିଲେ । ସେମାନ ହେଉଛନ୍ତି ଆକାଶ ଚୋପ୍ରା, ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟକ ଅଞ୍ଜୁନ ଚୋପ୍ରା, ଅଲରାଉଣ୍ଡର ରୁମେଲି ଧର, ପେସର ଆଶିଷ ନେହେରା, ଶିଖର ଧାଓ୍ବନ ଓ ବର୍ତ୍ତମାନ ଭାରତୀୟ ଦଳର ତାରକା ଋଷଭ ପନ୍ତ ।

 

Leave a Reply