ପରଲୋକରେ କ୍ରିକେଟ ଜଗତର ଦ୍ରୋଣାଚାର୍ଯ୍ୟ ତାରକ ସିହ୍ନା
2 min readନୂଆଦିଲ୍ଲୀ: ପରଲୋକରେ ଭାରତୀୟ କ୍ରିକେଟର ବରିଷ୍ଠ କୋଚ୍ ତରକ ସିହ୍ନା। ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ ତାରକ । କିନ୍ତୁ ଦୀର୍ଘ ଦିନର ଚିକିତ୍ସା ପରେ ଆଜି ଭୋର ୩ ଟାରେ ମୃତ୍ୟୁ ବରଣ କରିଥିଲେ ତାରକ । କିଛି ଦିନ ହେବ ଫୁସଫୁସ୍ କ୍ୟାନସରରେ ପୀଡିତ ଥିଲେ ତାରକ । ତେବେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ନେଇ ବରିଷ୍ଠ କ୍ରୀଡା ସାମ୍ବାଦିକ ବିଜୟ ଲୋକପାଲ୍ଲୀ ଟୁଇଟ କରି କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
Legendary coach Tarak Sinha passed away at 3 an this morning. he was ailing for some time. Om Shanti ?️ pic.twitter.com/AFJDwZl6r9
— Vijay Lokapally ?? (@vijaylokapally) November 6, 2021
ତାରକ ସିହ୍ନା ଦିଲ୍ଲୀର ସୋନେଟ କ୍ରିକେଟ କ୍ଲବକୁ ଚଳାଉଥିଲେ । ତାରକଙ୍କଠାରୁ କୋଚିଂ ନେଇ ୧୨ ଜଣ କ୍ରିକେଟର ଭାରତ ପାଇଁ ଖେଳିଥିବା ବେଳେ ୧୦୦ରୁ ଅଧିକ ଖେଳାଳି ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର ଜଲଓ୍ବା ଦେଖାଇଛନ୍ତି । ଆକାଶ ଚେପ୍ରା, ଆଶିଷ ନେହେରା, ଶିଖର ଧାଓ୍ବନ, ଅଞ୍ଜୁନ ଚେପ୍ରାଙ୍କ ଠାରୁ ଆରମ୍ଭ କରି ଋଷଭ ପନ୍ତ ପର୍ଯ୍ୟନ୍ତ ଏହି ସମସ୍ତ ଅନ୍ତର୍ଜାତୀୟ ଖେଳାଳି ହେଉଛନ୍ତି ତାରକଙ୍କ ଶିଷ୍ୟ । ଭାରତରେ ଅନେକ କ୍ରିକେଟ କୋଚ ଅଛନ୍ତି କିନ୍ତୁ ତାରକ ସିହ୍ନା ଥିଲେ ଏସମସ୍ତଙ୍କୁ ଭିନ୍ନ । ଶ୍ରୀ ସିହ୍ନା ଦିଲ୍ଲୀ ଜାତୀୟ ଦଳର କୋଚ ଭାବରେ ୧୯୮୫-୮୬ରେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ କୋଚିଂରେ ଦିଲ୍ଲୀ ରଣଜୀରେ ଚମ୍ପିଆନ ମଧ୍ୟ ହୋଇଥିଲେ ।
Ustaad Ji is no more. Dronacharya Awardee. Coach to over a dozen India Test cricketers. And scores of first-class cricketers. Both men and women. Without any institutional help. Your service to Indian cricket will be remembered, sir. May your soul R.I.P.
Om Shanti ?? pic.twitter.com/fDmvdJC8vZ— Aakash Chopra (@cricketaakash) November 6, 2021
ଯେତେବେଳେ ବିସିସିଆଇ ତାଙ୍କୁ ଜାତୀୟ ମହିଳା ଦଳର ଅଧିନାୟକ କୋଚ ଭାବରେ ନିଯୁକ୍ତି ଦିଆଯାଇଥିଲା ସେ ସମୟରେ ତାଙ୍କ ଅଭିଜ୍ଞତାକୁ ଠିକ୍ ଭାବରେ ବ୍ୟବହାର କରିନଥିଲା । ସେ ବହୁ ଯୁବ ତାରକାଙ୍କ ସହ କାମ କରିଥିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଓ ମିତାଲି ରାଜ । ତାରକଙ୍କ ପାଇଁ ସୋନେଟ ଏକାଡେମୀ ଥିଲା ଏକ ପରିବାର । ତାଙ୍କ କୋଚିଂରେ ଥିଲା ଅନ୍ୟ ଏକ ଗୁରୁରତ୍ବପୂର୍ଣ୍ଣ ଦିଗ ଥଲା ସେ କୗଣସି ଛାତ୍ରଙ୍କୁ ଅବହେଳା କରୁନଥିଲେ ।
The Coach! Mr.Tarak Sinha. The nursery of Sonnet Cricket club has seen many international and domestic players (men and women) make their mark. The guide, mentor, coach … May you rest in peace sir. ? Thank you ? #MyCoach pic.twitter.com/mZZsMZ7tEf
— Anjum Chopra (@chopraanjum) November 6, 2021
ଭାରତୀୟ କ୍ରିକେଟ ପ୍ରତି ତାଙ୍କ ଅବଦାନ ପାଇଁ ୨୦୧୮ ମସିହାରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା । ସେ ପଞ୍ଚମ ଭାରତୀୟ କୋଚ ଭାବରେ ଏହି ପୁରସ୍କାର ପାଇଥିଲେ । ତାରକଙ୍କ ବ୍ୟତୀତ ଦେଶ ପ୍ରେମ ଆଜାଦ, ଗୁରୁଚରଣ ସିଂ, ରମାକାନ୍ତ ଆର୍ଚେକର ଓ ସୁନୀତା ଶର୍ମାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଛି । ୯୦ ଦଶକ ପରେ ସେ ଭାରତୀୟ କ୍ରିକେଟକୁ କିଛି ଉନ୍ନତ ଧରଣର ଖେଳାଳି ତାଙ୍କଠାରୁ କୋଚିଂ ନେଇ ଭାରତ ପାଇଁ ଖେଳିଥିଲେ । ସେମାନ ହେଉଛନ୍ତି ଆକାଶ ଚୋପ୍ରା, ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟକ ଅଞ୍ଜୁନ ଚୋପ୍ରା, ଅଲରାଉଣ୍ଡର ରୁମେଲି ଧର, ପେସର ଆଶିଷ ନେହେରା, ଶିଖର ଧାଓ୍ବନ ଓ ବର୍ତ୍ତମାନ ଭାରତୀୟ ଦଳର ତାରକା ଋଷଭ ପନ୍ତ ।
Players are just numbers for him! He has worked all his life to give exceptional international cricketers to the country! Finally, the wait is over and he has been awarded the much deserved Dronacharya Award! Congratulations Tarak Sinha sir! You're the best.????? pic.twitter.com/yDwInRjRY0
— Rishabh Pant (@RishabhPant17) September 26, 2018