ରାମନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗରେ ଉତ୍ତେଜନା

କୋଲକାତା: ପବିତ୍ର ରାମନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗରେ ଉତ୍ତେଜନା । ଶୋଭାଯାତ୍ରା ଉପରକୁ ପଥର ଓ ଇଟା ଫୋପାଡିଛନ୍ତି ଦୁର୍ବୃତ୍ତ । ଏଥିସହ ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଶିବପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ଆଜି ରାମନବମୀରେ ଶୋଭାଯାତ୍ରା ଯାଉଥିବା ବେଳେ, କିଛି ଦୁର୍ବୃତ୍ତ ଶୋଭାଯାତ୍ରାକୁ ଲକ୍ଷ୍ୟ କରି ପଥର ମାଡ଼ କରିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୋଲିସ ଓ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥିତିକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।