ଥାନାରେ ପହଞ୍ଚିଲା କୁକୁର ପାଇଁ କଳି , ସିସିଟିଭିରେ କଏଦ ଗଣ୍ଡଗୋଳର ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀରେ କୁକୁର ପାଇଁ କଳି। ସିସିଟିଭି ରେ କଏଦ ହେଲା ଗଣ୍ଡଗୋଳର ଦୃଶ୍ୟ। କୁକୁର କଳି ପହଞ୍ଚିଲା ଥାନାରେ। ନୟାପଲ୍ଲୀ ବ୍ରିଟ କଲୋନୀରେ ବୁଲା କୁକୁରଙ୍କ ମାଡ ପ୍ରତିବାଦରେ 2 ପରିବାର ହାତାହାତି ହୋଇଥିବା ଜଣାପ଼ଡିଛି । ଗତ 8 ତାରିଖରେ ଘର ସାମନାରେ ଶୋଇଥିବା ବୁଲା କୁକୁରକୁ ଅକ୍ଷୟ ମଲ୍ଲିକ ନାମକ ବ୍ୟକ୍ତି ମାଡ ମାରିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ଅରୁଣ ମହାନ୍ତି ନାମକ ଅନ୍ୟ ଏକ ପରିବାର ବିରୋଧ କରିବା ସହିତ ପିପୁଲ ଫର ଆନିମଲ ଓ ଥାନାରେ ଜଣାଇଥିଲେ।

ଅନ୍ୟପଟେ ସେହି ଘଟଣାରେ ଅକ୍ଷୟଙ୍କ ପରିବାର ଆଜି ସନ୍ଧ୍ୟାରେ ଅରୁଣ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି।ବୁଲା କୁକୁର ତାଙ୍କ ସ୍କୁଟି ସିଟ ଚିରୁଥିଲେ । ଯାହାର ବିରୋଧ କରିଥିଲେ ଅକ୍ଷୟ । ଏପଟେ ସିସିଟିଭି ଭିଡ଼ିଓରେ କିନ୍ତୁ ମାଡ ମାରିବା ଘଟଣା କଏଦ ହୋଇଛି । କୁକୁରକୁ ମାଡ ମାରିଥିବା ସିସିଟିଭି ରେ କଏଦ। ଆଜି ସନ୍ଧ୍ୟାରେ ଉଭୟ ପରିବାର ପକ୍ଷରୁ ନୟାପଲ୍ଲୀ ଥାନାରେ ସାମ୍ନାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply