ମାଲିକଙ୍କ ଉପରେ ବିପଦ, ଆଗୁଆ ବାରି ପାରିଥିଲା ’ରିଓ’

ଭୁବନେଶ୍ୱର: ଆଉ ନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ରବିବାର ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ନବ ଦାସଙ୍କୁ ହତ୍ୟାକଲା ପୋଲିସ । ତେବେ ନବ ଦାସଙ୍କ ମୃତ୍ୟୁ ପୂର୍ବରୁ ଆଗୁଆ ଜାଣିପାରିଥିଲା ତାଙ୍କ କୁକୁର ’ରିଓ’ । ନବ ଦାସଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶନିବାର ରାତିରୁ ହିଁ ଲଗାତର ଭୋକି ଚାଲିଥିଲା ’ରିଓ’ । ରିଓ କାହିଁକି ଏମିତି ଭୋକୁଥିଲା କେହି ଜାଣିପାରିନଥିଲେ । ତେବେ ଏହି ଅଘଟଣ ପରେ ଏହି କଥା କହି ଘାରି ହେଉଛନ୍ତି ନବ ଦାସଙ୍କ କ୍ୱାର୍ଟର୍ସରେ ଥିବା କର୍ମଚାରୀ ।

କ୍ୱାର୍ଟର୍ସରେ ଥିବା କର୍ମଚାରୀମାନେ କହିଛନ୍ତି କି ନବ ଦାସ ’ରିଓ’କୁ ବହୁତ ଭଲ ପାଉଥିଲେ । ସେ ବିଦେଶ ଗସ୍ତରେ ଯାଇଥିବାବେଳେ ଏହି କୁକୁର ଛୁଆକୁ ଆଣିଥିଲେ । ଯୁଆଡେ ଗଲେ ବି ରିଓକୁ ଦେଖା କରିବାକୁ କେବେ ବି ସେ ଭୁଲନ୍ତି ନାହିଁ । ରିଓ ବି ତାଙ୍କୁ ଦେଖିଲେ ଖୁସିରେ ଭୁକିଥାଏ । ମାତ୍ର ଏହି ଅଘଟଣ ପରେ ପରିବାର ସହ ରିଓ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛି । କାଲିଠାରୁ କିଛି ଖାଉନି ରିଓ । ସତେ ଯେମିତି ତା’ ମାଲିକଙ୍କ ମୃତ୍ୟୁ ଖବର ସେ ଜାଣି ସାରିଛି ।