ଏହି ଖେଳାଳିଙ୍କ ସହ ଫଟୋ ପୋଷ୍ଟ କଲେ ରିଙ୍କୁଙ୍କ ଭଉଣୀ, ୟୁଜର୍ସ କହିଲେ…
1 min read
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲର ଲିଗ୍ ପର୍ଯ୍ୟାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୪ ଟିମ୍ ନିଜ ନିଜର ସ୍ଥାନ ପ୍ଲେଅଫରେ ପକ୍କା କରିଥିବାବେଳେ ଖେଳ ସହ ଜଡିତ ଖବର କିନ୍ତୁ କମୁନି । ଏବେ ଆଉ ଏକ ଭିନ୍ନ ଖବର ସାମ୍ନାକୁ ଆସିଛି । ରିଙ୍କୁ ସିଂଙ୍କ ଭଉଣୀ ନେହା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋକୁ ୟୁଜର୍ସମାନେ ଲାଇକ କରୁଥିବାବେଳେ ବିଭିନ୍ନ କମେଣ୍ଟମାନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।
https://www.instagram.com/_neha_singh_0700/?utm_source=ig_embed&ig_rid=631b1557-d96d-4aea-99ef-bfffb211bd8d
ନେହା ସିଂ କୋଲକାତା ନାଇଟ୍ ରାଇଡର୍ସର ବୋଲର ବୈଭବ ଅରୋରାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ତେବେ ସେ ତାଙ୍କୁ ଭାଇ ବୋଲି ସମ୍ବୋଧନ କରି ଏହି ଫଟୋଟି ପୋଷ୍ଟ କରିଛନ୍ତି । ଭାଇ ରିଙ୍କୁ ସିଂ କେକେଆର ପକ୍ଷରୁ ଖେଳୁଥିବାବେଳେ ଭାଇଙ୍କ ସାଥୀଙ୍କ ସହ ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ତେବେ କହି ରଖୁଛୁ କି, ରିଙ୍କୁଙ୍କ ଭଉଣୀ ନେହା ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଛନ୍ତି । ସେ ନିଜର ଏକ ୟୁଟ୍ୟୁବ ଖୋଲିଛନ୍ତି । ତାଙ୍କର ସୋସିଆଲ ମିଡିଆରେ ଭଲ ୟୁଜର୍ସ ମଧ୍ୟ ଅଛନ୍ତି । ତାଙ୍କର ଭିନ୍ନ ଭିନ୍ନ କଣ୍ଟେନମାନ ମଧ୍ୟ ୟୁଜର୍ସଙ୍କୁ ବେଶ ପସନ୍ଦ ଆସୁଛି । ତେବେ ରିଙ୍କୁ ପ୍ରଥମରୁ ଉଭଣୀଙ୍କ ସହଯୋଗ କରି ଆସିଛନ୍ତି । ଆଉ ୟୁଟ୍ୟୁବ ଖୋଲିବା ପାଇଁ ମଧ୍ୟ ସେ ସମର୍ଥନ ଜଣାଇଥିବା ଭଉଣୀ ନିଜର ଚ୍ୟାନେଲରେ ପୂର୍ବରୁ ଜଣାଇଛନ୍ତି ।