spot_img

Latest Posts

ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ନିର୍ବନ୍ଧରେ କିଏ କିଏ ଯୋଗଦେବେ ?

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଓ ସପା ସାଂସଦ ପ୍ରିୟା ସରୋଜଙ୍କ ରିଙ୍ଗ ସେରିମନୀ ଆଜି ଲକ୍ଷ୍ନୌର ଏକ ଫାଇବ ଷ୍ଟାର ହୋଟେଲରେ ହେବ । ଏହି କାର୍ଯ୍ୟକ୍ରମରେ ୩ ଶହରୁ ଅଧିକ ଅତିଥି ଯୋଗଦବୋର କାର୍ଯ୍ୟକ୍ରମ ରହିଛି । ଦୁଇ ପରିବାରର ସଦସ୍ୟ ଲକ୍ଷ୍ନୌ ପହଞ୍ଚିବା ପରେ ଅଲଗା ଅଲଗା ସ୍ଥାନରେ ରହିଛନ୍ତି । ଏହି ସେରିମନୀରେ ବହୁ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିବ  । ଏହି ଅବସରରେ କ୍ରିକେଟରଙ୍କୁ ମଧ୍ୟ ଯୋଗଦେବେ । ରିଙ୍କୁ ସିଂହ କୋଲକାତା ନାଇଟ ରାଇଡର୍ସ ପାଇଁ ଆଇପିଏଲରେ ଖେଳୁଛନ୍ତି । ପ୍ରିୟା ସରୋଜ ମଛଲିସହରର ସାଂସଦ ଅଛନ୍ତି । ଦୁଇ ଜଣଙ୍କ ବାହାଘର ୧୮ ନଭେମ୍ବରରେ ହେବ ।

ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ରିଙ୍ଗ ସେରିମନୀରେ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସାଂସଦ ଡିମ୍ପଲ ଯାଦବ, ଜୟା ବଚ୍ଚନ, ସାଂସଦ ଇକରା ହାସନ ଓ ଅନେକ କେନ୍ଦ୍ରମନ୍ତ୍ରୀ ସାମିଲ ଅଛନ୍ତି। ଏହା ବ୍ୟତୀତ ରିଙ୍କୁ ସିଂହଙ୍କ ସହିତ ଖେଳିଥିବା ଟିମ୍ ଇଣ୍ଡିଆର ଅନେକ କ୍ରିକେଟରଙ୍କୁ ମଧ୍ୟ ଏହି ସମାରୋହରେ ଦେଖିବାକୁ ମିଳିବ।

ରିଙ୍ଗ ସେରିବନୀ ପାଇଁ ଉଭୟ ପରିବାରର ପ୍ରସ୍ତୁତି ଶେଷ ହୋଇଯାଇଛି। ପ୍ରିୟା ସରୋଜ ଦିଲ୍ଲୀର ଜଣେ ପ୍ରସିଦ୍ଧ ଡିଜାଇନରଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ତାଙ୍କର ଲେହେଙ୍ଗା କରାଇଛନ୍ତି। ସେ କୋଲକାତାରୁ ମୁଦି କିଣିଛନ୍ତି। ଷ୍ଟାର କ୍ରିକେଟର ରିଙ୍କୁ ସିଂହ ମୁମ୍ବାଇରୁ ମୁଦି କିଣିଛନ୍ତି। ରିଙ୍କ ସେରିବନୀ ପୂର୍ବରୁ, ରିଙ୍କୁ ସିଂହଙ୍କ ପରିବାର ଆଲିଗଡ଼ର ମହୁଆ ଖେଡାରେ ୩.୫ କୋଟି ଟଙ୍କାର ଏକ ବଙ୍ଗଳାକୁ ସ୍ଥାନାନ୍ତରିତ ହୋଇଛନ୍ତି। ବିବାହ ପରେ ପ୍ରିୟା ସରୋଜ ମଧ୍ୟ ଏହି ବଙ୍ଗଳାରେ ରହିବେ। କିଛି ଦିନ ପୂର୍ବରୁ ପ୍ରିୟା ତାଙ୍କ ପରିବାର ସହିତ ଏହି ଘର ଦେଖିବାକୁ ଆସିଥିଲେ।

ରିଙ୍କୁ ଓ ପ୍ରିୟାଙ୍କ ବାହାଘର ୧୮ ନଭେମ୍ବରରେ ବାରଣାସୀର ଏକ ହୋଟେଲରେ ହେବ । ଏହି ଉତ୍ସବରେ କ୍ରିକେଟର, ଫିଲ୍ମ ତାରକା ଓ ଶିଳ୍ପପତିମାନେ ଯୋଗ ଦେଇପାରନ୍ତି । ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ଜୋରସୋରରେ ଚାଳିଛି ।

Latest Posts

Don't Miss