ଫେମିନା ମିସ୍ ଇଣ୍ଡିଆ ତ୍ରିପୁରା ୨୦୧୭ ବିଜେତା ରିଙ୍କି ଚକମାଙ୍କ କ୍ୟାନ୍ସରରେ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ମଡେଲିଂ ଜଗତ ପାଇଁ ଦୁଃଖ ଖବର। ଫେମିନା ମିସ୍ ଇଣ୍ଡିଆ ତ୍ରିପୁରା ୨୦୧୭ ବିଜେତା ରିଙ୍କି ଚକମାଙ୍କ କ୍ୟାନ୍ସରରେ ପରଲୋକ ଘଟିଛି। ୨୦୨୨ରେ ତାଙ୍କୁ ମେଲିଗନେଣ୍ଟ ଫାଇଲୋଡସ୍ ଟ୍ୟୁମର ଥିବା ଜଣା ପଡ଼ିଥିଲା । ଏହପରେ ସେ ସର୍ଜରୀ କରିଥିଲେ। ସର୍ଜରୀ ସତ୍ତ୍ବେ କ୍ୟାନସର ତାଙ୍କ ମସ୍ତିଷ୍କରେ ବ୍ୟାପିଯାଇଥିଲା। ଫଳରେ ତାଙ୍କୁ ବ୍ରେନ ଟ୍ୟୁମର ମଧ୍ୟ ହୋଇଯାଇଥିଲା। ଆଜି ୨୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କ୍ୟାନସର ସହ ୨ ବର୍ଷର ସଂଘର୍ଷ ପରେ ଶେଷରେ ହାରିଗଲେ ରିଙ୍କି ଚକମା। କେମୋ ସହିନପାରି ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି। ୨୨ ଫେବୃଆରୀରେ ତାଙ୍କୁ ଦିଲ୍ଲୀ ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠରେ ଆଇସିୟୁରେ ଭେଣ୍ଟିଲେଟର ଭିତରେ ରଖାଯାଇଥିଲା। ସେତେବେଳେ ତାଙ୍କର ମସ୍ତିଷ୍କ କାମକରୁନଥିବା କୁହାଯାଇଥିଲା। ଗତ ମାସରେ ଚିକିତ୍ସା ପାଇଁ ସୋସିଆଲ ମିଡ଼ିଆରେ ସହାୟତା ପାଇଁ ଅନୁରୋଧ କରିଥିଲେ ରିଙ୍କି। ଇନଷ୍ଟାଗ୍ରାମରେ ତାଙ୍କର ଚ୍ୟାଲେଞ୍ଜିଂ ଜନି ସମ୍ପର୍କରେ ଜଣାଇଥିଲେ।