ସାମ୍ୱାଦିକ ନା ସଶସ୍ତ୍ର ଡକାୟତ! ମିଡିଆ ଅଫିସରୁ ଜବତ ହେଲା ଖଣ୍ଡା, କାତି, ବନ୍ଧୁକ ଭଳି ମାରଣାସ୍ତ୍ର

1 min read

ଭୁବନେଶ୍ୱର: ପୁଣି କାଠଗଡ଼ାରେ ସାମ୍ୱାଦିକ । କିଛି ନ୍ୟସ୍ତସ୍ୱାର୍ଥ ତଥାକଥିତ ଓ୍ୱେବ ଚ୍ୟାନେଲ ସାମ୍ୱାଦିକଙ୍କ ପାଇଁ ପୁଣି କାଠଗଡ଼ାରେ ସାମ୍ୱାଦିକ ଓ ସାମ୍ୱାଦିକତା । ସମାଜର ହିତ ପାଇଁ ଉଦ୍ଧିଷ୍ଟ ଏହି ପେଶା ଆଳରେ ଚଳାଇଥିଲେ ଅନୈତିକ କାର୍ଯ୍ୟ । ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିଲେ । ଦାଦାବଟି ମାଗୁଥିଲେ, ଟଙ୍କା ନ ଦେଲେ କିଡନାପ୍ କରୁଥିଲେ । ଦେଉଥିଲେ ଅକଥନୀୟ ନିର୍ଯାତନା । ଆଖିବୁଜା ମାଡ଼ ସାଙ୍ଗକୁ ସିଗାରେଟ୍ ଚେଙ୍କ ଦେବାକୁ ବି ପଛାଉନଥିଲେ ଏହି ତଥାକଥିତ ସାମ୍ୱାଦିକ  । ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ ।

ଘଟଣାନୁଯାୟୀ ଫାଇନାନ୍ସ କରାଇବାକୁ ଡାକି ସୁନା ବ୍ୟବସାୟୀଙ୍କୁ ଅପହରଣ କରିଥିଲେ । ରଘୁନାଥପୁର ଅଫିସରେ ବ୍ୟବସାୟୀଙ୍କୁ ୨ ଦିନ ଧରି ରଖି ମାଡ଼ ମାରିବା ସହ ମୋବାଇଲ ଛଡାଇ ନେଇଥିଲେ । ମୁଣ୍ଡ ଜାମିନ ରଖି ଛାଡ଼ିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ପରିବାର ଲୋକ ୫୦ ହଜାର ଟଙ୍କା ଦେବା ପରେ ବ୍ୟବସାୟୀଙ୍କୁ ଛାଡିଥିଲେ ଅଭିଯୁକ୍ତ । ପରେ ପୀଡ଼ିତଙ୍କ ଅଭିଯୋଗ ଆଧାରରେ ମୋଟ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ତଥା ଓ୍ୱେବ୍ ଚ୍ୟାନେଲ ସିଇଓ ରାଜ୍ ଫେରାର ଅଛନ୍ତି

ଏଥିସହିତ ପଢ଼ନ୍ତୁ: ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ଜନ୍ମଦିନ ପାଳନରେ ମସଗୁଲ ପୋଲିସ କର୍ମଚାରୀ

ତେବେ ଆଶ୍ଚର୍ଯ୍ୟର କଥା ଯେ, ପୋଲିସ ଏହି ତଥା କଥିତ ଓ୍ୱେବ୍ ପୋର୍ଟଲକୁ ସିଜ୍ କଲା ବେଳେ ସେଠାରୁ ଖଣ୍ଡା, କାତି ଓ ବନ୍ଧୁକ ଭଳି ଅନ୍ୟ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଏଭଳି କି ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ କିଛି ଅପରାଧିକ ମାମଲା ଥିବା କୁହାଯାଉଛି । ସେମାନେ ଉକ୍ତ ପୀଡ଼ିତଙ୍କୁ ନିର୍ଯାତନା ଦେବା ବେଳେ ସେ ତାଙ୍କର ୨୭ ନମ୍ୱର ଶିକାର ବୋଲି ମଧ୍ୟ କହିଥିଲେ । ଏଣୁ ପୋଲିସ ଅନୁମାନ କରୁଛି ଯେ, ଏହା ପୂର୍ବରୁ ମଧ୍ୟ ଏହି ତଥାକଥିତ ସାମ୍ୱାଦିକମାନେ ପୂର୍ବରୁ ମଧ୍ୟ ଅନେକ ଲୋକଙ୍କୁ ଟାର୍ଗେଟ କରିଥିବା ପୋଲିସ ଅନୁମାନ କରୁଛି । ତେବେ କିଛି ଲୋକେ ଭୟରେ ଏମାନଙ୍କ ବିରୋଧରେ ଅଭିଯୋଗ କରୁନଥିବା ବେଳେ ଏମାନଙ୍କ ଗିରଫଦାରୀ ପରେ ଲୋକେ ଆଗକୁ ଆସିବେ ଏବଂ ଅଭିଯୋଗ କରିପାରନ୍ତି ପୋଲିସ ଡିସିପି କହିଛନ୍ତି । ଏବଂ ଏମାନଙ୍କ ବିରୋଧରେ କିଛି ସଙ୍ଗୀନ ଦଫା ଲଗାଇ ତଡିପାର କରିବା ନେଇ ମଧ୍ୟ ପୋଲିସ ଯୋଜନା କରୁଛି ।

https://www.youtube.com/watch?v=BBo9aP69kKI

Leave a Reply