ବାଲିମାଫିଆଙ୍କ ଆକ୍ରମଣରେ RI ଗୁରୁତର
1 min read
ବଲାଙ୍ଗୀର: ବଲାଙ୍ଗୀରରେ ବାଲି ମାଫିଆଙ୍କ ଆକ୍ରମଣରେ RI ଗୁରୁତର । ବାବୁଫାସଡ଼ର ଆରଆଇ ସୁଶାନ୍ତ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି । ଅଙ୍ଗ୍ ନଦୀରୁ ବାଲି ଚାଲାଣ ବେଳେ ବାଲି ବୋଝେଇ ଗାଡ଼ିକୁ ଅଟକ ରଖିଥିଲେ ଆରଆଇ । ବାଲି ମାଫିଆଙ୍କ ଆକ୍ରମଣରେ ଆରଆଇ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଆରଆଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ତହସିଲଦାର ଏତଲା ଦେଇଛନ୍ତି ।