ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଆର୍.ଆଇ ଧରାପଡ଼ିଛନ୍ତି। ଜଗତସିଂହପୁର ଜିଲ୍ଲା ବାହାରଣା ସର୍କଲ ଆର୍.ଆଇ ରମାକାନ୍ତ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏକ ଜମି ମାମଲାର ସମାଧାନ ପାଇଁ ସେ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ଲାଞ୍ଚ ଟଙ୍କା ଜବତ ସହ ଆର୍.ଆଇ ରମାକାନ୍ତ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମାକାନ୍ତ ବେହେରାଙ୍କ ଦୁଇଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।