ଡ୍ରଗ୍ସ ଲିଙ୍କ୍‌: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ମଞ୍ଜୁର, ସୌଭିକଙ୍କ ଖାରଜ

ମୁମ୍ୱାଇ: ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ୱେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । କିନ୍ତୁ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଡ୍ରଗ୍ସ ବିକ୍ରେତା ବାସିତ ପରିହାରଙ୍କ ବେଲ୍ ମଧ୍ୟ ଖାରିଜ ହୋଇଛି । ରିୟାଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଳିକା ବଦଳରେ ଜାମିନ ପ୍ରଦାନ କରାଯାଇଛି । ଏଥିସହିତ ରିୟାଙ୍କ ପାସପୋର୍ଟକୁ ମଧ୍ୟ ଜମା କରିବାକୁ ପଡ଼ିବ । ଏବଂ ରିୟାଙ୍କୁ ମୁମ୍ୱାଇ ବାହାରକୁ ଯିବା ହେଲେ ମଧ୍ୟ ଅନୁମତି ନେବା ପଡ଼ିବ ବୋଲି କୋର୍ଟ ନିଜ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଯେବେ ମଧ୍ୟ ପଚରାଉଚରା ପାଇଁ ଡକାଯିବ ହାଜର ହେବାକୁ ପଡ଼ିବ ।

Will Rhea Chakraborty get bail? Mumbai court to hear her plea today

୧୧ ଡିସେମ୍ୱରରେ ସ୍ପେଶାଲ ଏନଡିପିଏସ୍ କୋର୍ଟ ଏହି ୫ ଜଣଙ୍କ ଜାମିନ ଆବେଦନ ଖାରଜ କରିଥିଲା । ଏହା ପରେ ସମସ୍ତେ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୯ ସେପ୍ୱେମ୍ୱରରେ ବମ୍ୱେ ହାଇକୋର୍ଟ ସମସ୍ତ ଜାମିନ ଆବେଦନର ରାୟ ସଂରକ୍ଷିତ ରଖାଯାଇଥିଲା । ରିୟାଙ୍କୁ ନର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ୮ ସେପ୍ୱେମ୍ୱରରେ ଗିରଫ କରିଥିଲେ । ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣିବା ନେଇ ଅଭିଯୋଗ  ।

Rakul Preet Singh - Wikidata

ଅନ୍ୟପକ୍ଷରେ ରିୟାଙ୍କ ନ୍ୟାୟିକ  ହେପାଜତକୁ ମୁମ୍ୱାଇ ସେସନ୍ କୋର୍ଟ ୧୪ ଦିନ ପାଇଁ ବଢ଼ାଇଦେଇଛନ୍ତି । ୬ ଅକ୍ଟୋବରରେ ରିୟା ନ୍ୟାୟିକ ହେପାଜତରେ ରହିବାର ଥିଲା ।   କିନ୍ତୁ ଏବେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ସୌଭିକ ୨୦ ଅକ୍ଟୋବର ଯାଏଁ ଜେଲରେ ରହିବାକୁ ପଡ଼ିବ । ରିୟାଙ୍କ ଡ୍ରଗ୍ସ ସମ୍ପର୍କିତ ଚାଟ୍ ସାମ୍ନାକୁ ଆସିବା ପରେ ଏନ୍‌ସିବି ତନାଘନା ଆରମ୍ଭ କରିଥିଲା । ତେବେ ସେ ଜାତୀୟ ଗଣମାଧ୍ୟମକୁ ଦେଇଥିବା  ସାକ୍ଷାତକାରରେ କହିଛନ୍ତି ଯେ, ସେ କେବେ ଡ୍ରଗ୍ସ ନେଇନାହାନ୍ତି । ଏବଂ ଟେଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ରିୟା ଏବଂ ସୌଭିକଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଏନସିବି ଉଭୟଙ୍କୁ ଗିରଫ କରିଥିଲା । ଏବଂ ପଚରାଉଚରା ବେଳେ ବଲିଉଡର ବହୁ ଅଭିନେତ୍ରୀଙ୍କ ଡ୍ରଗ୍ସ ଲିଙ୍କ ଏବଂ ଡ୍ରଗ୍ସ ପାର୍ଟି ସମ୍ପର୍କରେ ଜାଣିବାକୁ ପାଇଥିଲା ।

Leave a Reply