Sushant Singh Rajput Case: ସିବିଆଇ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ରିୟା,ଉତ୍ତରରେ ଅଧିକାରୀ କ’ଣ କହିଲେ ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା କରୁଛି । ଶୁକ୍ରବାରକୁ ତଦନ୍ତର ପ୍ରଥମ ଦିନରେ ରିୟା ଟିମ ସାମ୍ନାରେ ଅଭିଯୋଗ ଆଣିଛନ୍ତି କି ତାଙ୍କୁ ନିର୍ଯାତନା ଦିଆଯାଉଛି । ତେବେ ଏହାର ଉତ୍ତରରେ ସିବିଆଇ ଟିମରେ ସାମିଲ ଥିବା ଜଣେ ଅଧିକାରୀଙ୍କ ଯବାବ  ରିୟାଙ୍କୁ ପାଟି ବନ୍ଦ କରିଦେଇଥିଲା ।  ଅଧିକାରୀ ଜଣକ ରିୟାଙ୍କୁ କହିଥିଲେ କି ଯଦି ଏଭଳି ହୋଇଥାନ୍ତା, ତେବେ ପଚରାଉଚରା ପାଇଁ ଆପଣଙ୍କୁ ପାଟନା ଡକା ଯାଇଥାନ୍ତା । ଆମେ ଜାଣିଛୁ କି ସେଠାରେ ଆପଣ ସୁରକ୍ଷିତ ନୁହଁନ୍ତି । ତେଣୁ ମୁମ୍ବାଇରେ ଜେରା କରାଯାଉଛି ।

ସୂଚନାଯୋଗ୍ୟ ଗତ ଶୁକ୍ରବାରକୁ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ୧୦ ଘଣ୍ଟା ଧରି ପଚରାଉଚରା କରୁଥିଲା । ଏହା ସହିତ ଆଜି ମଧ୍ୟ ରିୟାଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ରିୟାଙ୍କ ଅଭିଯୋଗ ପରେ ସିବିଆଇ ମୁମ୍ବାଇ ପୋଲିସକୁ ରିୟାଙ୍କୁ ସୁରକ୍ଷା ଦେବା ପାଇଁ କହିଛନ୍ତି, ଯାହାପରେ ତାଙ୍କୁ ସୁରକ୍ଷା ଦିଆଯାଉଛି ।

 

କେବଳ ରିୟା ରକ୍ରବର୍ତ୍ତୀ ନୁହଁନ୍ତି ବରଂ ତାଙ୍କ ପୂର୍ବରୁ ସାମୁଏଲ ମିରାଣ୍ଡା,ନୀରଜଙ୍କୁ ମଧ୍ୟ ଆଜି ସିବିଆଇ ଜେରା କରିଥିଲା । ଏହା ସହ ମୁମ୍ବାଇ ପୋଲିସର ତିନି ଜଣ ଅଧିକାରୀଙ୍କୁ ମଧ୍ୟ ସିବିଆଇ ଟିମ୍ ଜେରା କରିଥିବା କଥା କୁହାଯାଉଛି । ବିଭିନ୍ନ ଦିଗକୁ ନେଇ ରିୟାଙ୍କ ବିରୋଧରେ ତଦନ୍ତ ହେଉଛି । ରିୟା ଡ୍ରଗ୍ସ କାରବାରରେ ଲିପ୍ତ ଥିବା ଖବର ଚର୍ଚ୍ଚାର ବିଷୟ ସାଜିଛି । ଉକ୍ତ ଘଟଣା ସାମ୍ନାକୁ ଆସିବା ପରେ ଏନସିବି ରିୟାଙ୍କୁ ପଚରାଉଚରା କରିପାରେ ବୋଲି ଆଲୋଚନା ହେଉଛି ।

Leave a Reply