ଆଜି ସରୁଛି ରିୟାଙ୍କ ରିମାଣ୍ଡର ଅବଧି: ପୁଣି ଥରେ ଜାମିନ ପାଇଁ ଆବେଦନ କରିପାରନ୍ତି ରିୟା

ମୁମ୍ବାଇ: ଆଜି ବାହାରକୁ ଆସି ପାରନ୍ତି ସୁଶାନ୍ତଙ୍କ କଥାକଥିତ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତି । ଗତ ୧୮ଦିନ ଜେଲରେ ରହିବା ପରେ ଆଜି ପୁଣିଥରେ ଜାମିନ ପାଇଁ ଆବେଦନ କରିପାରନ୍ତି ରିୟା ଚକ୍ରବର୍ତ୍ତି । ଡ୍ରଗ୍ସ ଲିଙ୍କ ନେଇ ଜେଲରେ ଥିବା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି ।

riya

ଆପଣଙ୍କୁ କହି ରଖୁଛୁ ଯେ, ଡ୍ରଗ୍ସ କାରବାର ନେଇ ମୁମ୍ବାଇର ଏକ କୋର୍ଟ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ରିୟାଙ୍କୁ ଜେଲ ପଠାଇଥିଲେ । ଏନସିବିର ଆବେଦନ ଓ ସମସ୍ତ ପ୍ରମାଣ ଆଧାରରେ ଏହି ନିଷ୍ପତ୍ତି ନେଇଥିଲେ କୋର୍ଟ । ଡ୍ରଗ୍ସ ଲିଙ୍କ ନେଇ ଗତ ୬ ତାରିଖରେ ରିୟାଙ୍କୁ ଜେରା କରିଥିଲା ଏନସିବି । ଏହା ପରେ ୮ ତାରିଖରେ ଗିରଫ କରିଥିଲା । ୧୧ ତାରିଖରେ ଖାରଜ ହୋଇଥିଲା ରିୟାଙ୍କ ଜାମିନ୍ ଆବେଦନ । ତେବେ ଆଜି ପୁଣି ଥରେ କୋର୍ଟରେ ଜାମିନ ପାଇଁ ଆବେଦନ କରିପାରନ୍ତି ରିୟା ଚକ୍ରବର୍ତ୍ତୀ । ରିୟାଙ୍କ ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ଭାଇ ସୌଭିକ ମଧ୍ୟ ଜେଲରେ ଅଛନ୍ତି ।

ଅନ୍ୟପଟେ ଏନସିବି ଟାର୍ଗେଟରେ ବଲିଉଡ଼ । ଜଣଙ୍କ ପରେ ଜଣେ ବଡ଼ ବଡ଼ ଅଭିନେତ୍ରୀଙ୍କ ଡ୍ରଗ୍ସ ଲିଙ୍କ ଏବେ ନିଦ ହଜାଇଛି । ପ୍ରଥମେ ରିୟା ଆଉ ତାଙ୍କ ପରେ ଷ୍ଟାର କିଡ୍ସଙ୍କ ଡ୍ରଗ୍ସ ଲିଙ୍କ । ସୈଫଙ୍କ ଝିଅ ସାରାଙ୍କ ପରେ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି ଆଉ ଏବେ ଏହି ଘଟଣାରେ ଯୋଡ଼ି ହୋଇଛି ଆଉ ଏକ ଚର୍ଚ୍ଚିତ ଚେହେରା । ଏବେ ବଲିଉଡ଼ର ମସ୍ତାନୀ ଦିପିକା ପାଦୁକୋନଙ୍କ ଡ୍ରଗ୍ସ ଲିଙ୍କ ସମସ୍ତଙ୍କ ହୋସ୍ ଉଡ଼ାଇଛି ।

Leave a Reply