ରିୟାଙ୍କ ଭାଇ ‘ସୌଭିକ’ଙ୍କୁ ଜାମିନ

1 min read

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ପ୍ରସଙ୍ଗ ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଅଟକିଥିଲା । ଏହି କ୍ରମରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ଗିରଫ କରିଥିଲା । ପ୍ରଥମେ ରିୟାଙ୍କୁ ଜାମିନ ମିଳିଥିବା ବେଳେ ଏବେ ସୌଭିକଙ୍କୁ ଜାମିନ ମିଳିଛି । ଏନସିବି ତାଙ୍କୁ ସେପ୍ଟେମ୍ୱର ୪ ତାରିଖରେ  ନିଜସ୍ୱ ବାସଭବନରୁ ଗିରଫ କରିଥିବା ବେଳେ ଏନଡିପିସି ଆକ୍ଟ ବଳରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ଏହାପରେ ସେ ଜେଲଦଣ୍ଡ ଭୋଗୁଥିଲେ । 8C, 28 ଓ 29 ଧାରା ଆଧାରରେ ତାଙ୍କୁ ଉପରେ ମାମଲା ଚାଲୁ ରହିଛି । ଅଭିଯୋଗ ଅନୁଯାୟୀ, ସେ ଡ୍ରଗ୍ସ ବିକ୍ରି, କ୍ରୟ ଓ ବ୍ୟବହାର କରୁଥିଲେ । ସେ ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଇବା ସହ ବଲିଉଡ ଅନ୍ୟ କିଛି ତାରକା କଳାକାରମାନଙ୍କୁ ମଧ୍ୟ ଡ୍ରଗ୍ସ ଦେଉଥିଲେ । ରିୟାଙ୍କ ସମ୍ପର୍କରେ ଥିବା ଡିଲରଠାରୁ ଡ୍ରଗ୍ସ କିଣି ଏସବୁ ବେପାରେ ମାତିଥିବା ହେତୁ ତାଙ୍କୁ ଗିରଫ କରାଯାଇଥିଲା ।

Leave a Reply