ଜେଲରେ କିଭଳି କଟିଲା ରିୟାଙ୍କ ଦ୍ୱିତୀୟ ଦିନ? ଏଭଳି ଥିଲା ରୁଟିନ

ମୁମ୍ବାଇ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଗୁମର ଖୋଲୁଛି । ରିୟାଙ୍କର ଡ୍ରଗ୍ସ କାରବାର କନେକ୍ସନ ଥିବା ଖବରର ପର୍ଦ୍ଦାଫାଶ ହୋଇଛି । ଯାହାପରେ ତାଙ୍କୁ ଜେଲ ହୋଇଛି । ରିୟାଙ୍କୁ ମୁମ୍ବାଇର ବାୟକୁଲ୍ଲା ଜେଲରେ ରଖାଯାଇଛି । ଗତ ଗୁରୁବାରକୁ ରିୟାଙ୍କ ଜାମିନ୍ ଖାରଜ ହୋଇଛି । ତେବେ ରିୟାଙ୍କୁ ଜେଲ ହେବ ନା ତାଙ୍କୁ ବେଲ ମିଳିବ ଏହାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଶୁକ୍ରବାରକୁ କୋର୍ଟ ଶୁଣାଣି କରିଛନ୍ତି । ସୂଚନା ମୁତାବକ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଖାରଜ କରିଛନ୍ତି କୋର୍ଟ ।

ତେବେ ଯାହା ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ତାହା ଜେଲରେ ରିୟାଙ୍କ ରହିବା ପରିସ୍ଥିତି । ଜଣେ ସେଲିବ୍ରିଟୀ ହୋଇ କିଭଳି ଜେଲରେ ରହୁଥିବେ ତାହା ନିହାତି ଭାବରେ ସମସ୍ତେ ଜାଣିବାକୁ ଚାହୁଁଥିବେ । ତେବେ ଜେଲରେ ରିୟାଙ୍କ ଦ୍ୱିତୀୟ ଦିନ କିପରି କଟିଲା ଆସନ୍ତୁ ଆଲୋଚନା କରିବା ।

ସକାଳ ୬ଟାରେ ରୋଲ କଲ ମାଧ୍ୟମରେ ଉଠିଲେ ରିୟା । ତା’ ପରେ ସେ ସେଲକୁ ଚାଲିଗଲେ । ସକାଳ ୭ଟା ୩୦ରେ ଜଳଖିଆରେ ରିୟାଙ୍କୁ ଚା ସହିତ ଚୁଡ଼ା ଦିଆଗଲା । ଜେଲ ମେସରେ ରିୟା ଲଞ୍ଚ୍ କଲେ । ଲଞ୍ଚରେ ଡାଲି,ଭାତ,ରୁଟି ଓ ଆଳୁ ତରକାରୀ ସାମିଲ ଥିଲା । ସଂନ୍ଧ୍ୟାରେ ଡିନର ପରେ ସେ ଜେନେରାଲ ବାରାକର ସର୍କଲ ନମ୍ବର ୧ରେ ରହିଲେ । ସୁରକ୍ଷାକୁ ନଜରରେ ରଖି ରିୟାଙ୍କୁ ଜେଲ ଗ୍ରାଉଣ୍ଡ ଫ୍ଲୋରରେ ଅଲଗା ସେଲରେ ରଖାଗଲା । ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ ଏହି ଜେଲରେ ଅଛନ୍ତି । ଇନ୍ଦ୍ରାଣୀଙ୍କ ସେଲ ନିକଟରେ ରିୟାଙ୍କ ସେଲ । ସୂଚନାଯାଗ୍ୟ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ବିଳମ୍ବ ରାତିରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇବା ପାଇଁ ନିଷ୍ପତ୍ତି ଶୁଣାଯାଇଥିଲା । ସେହି ରାତିରେ ରିୟାଙ୍କୁ ଏନସିବି ଲକଅପରେ ରଖାଯାଇଥିଲା ।

ଖବର ମୁତାବକ ରିୟାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀ ମଧ୍ୟ ଜାମିନ ପାଇଁ ଆବେଦନ କରିଛନ୍ତି । ତେବେ କେବଳ ରିୟା ନୁହଁନ୍ତି ବରଂ ଅନ୍ୟ ମାନଙ୍କର ମଧ୍ୟ ଜାମିନ ଖାରଜ ହୋଇଛି । ଖବର ଅନୁସାରେ ରିୟା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ କୋର୍ଟରେ ରହିବେ ।

Leave a Reply