ଗ୍ୟାଙ୍ଗର ଲିଡର ହେଲେ ରିଆ, କହିଲେ ଆପଣଙ୍କୁ କ’ଣ ଲାଗିଲା ମୁଁ ଆଉ ଆସିବିନି?

1 min read

ମୁମ୍ବାଇ: ଆପଣଙ୍କୁ କ’ଣ ଲାଗିଲା ମୁଁ ଆଉ ଆସିବିନି? ଡରିଯିବି? ଏବେ ଡରିବା ପାଳି ଆଉ କାହାର? ଏମିତି କିଛି କହି ପୁଣି ଚର୍ଚ୍ଚାରେ ରିଆ ଚକ୍ରବର୍ତ୍ତି । ଏଥର ଛୋଟ ପରଦାରେ ନିଜର ଆଟିଟ୍ୟୁଡ ଦେଖାଇଛନ୍ତି ରିଆ । ଦେଇଛନ୍ତି କଡ଼ା ଜବାବ ।

MTV ରୋଡିଜର ଆଗାମୀ ସିଜନ୍ ୧୯ରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ‘କର୍ମ ୟା କାଣ୍ଡ’ରେ ବସ୍ ଲେଡି ଭାବରେ ନଜର ଆସିବେ। ଭାରତର ସବୁଠାରୁ ଲୋକପ୍ରିୟ ଆଡଭେଞ୍ଚର ସାହସିକ ରିଅଲିଟି ଟେଲିଭିଜନ୍ ଶୋ MTV ରୋଡିଜ୍ ଫ୍ରାଞ୍ଚାଇଜ୍ ଚଳିତଥର ୧୯ତମ ସିଜିନରେ ‘କର୍ମ ୟା କାଣ୍ଡ’ର ରୋମାଞ୍ଚକର ଥିମ୍ ସହିତ ଆସିବାକୁ ଯାଉଛି ।

ଏହି ସିଜିନ ଅଭିନେତା ସୋନୁ ସୁଦଙ୍କ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ଏବଂ ଏହି ଶୋ’ ୩ ଗ୍ୟାଙ୍ଗ ଲିଡର ଅଛନ୍ତି । ଯେଉଁଥିରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ପ୍ରିନ୍ସ ନାରୁକା, ଏବଂ ଗୌତମ ଗୁଲାଟି ଅଛନ୍ତି ।

 

View this post on Instagram

 

A post shared by MTV India (@mtvindia)

ଅନେକ ଭାଷାର ଫିଲ୍ମରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ଏହି ବ୍ରାଣ୍ଡ ସହିତ ଏକ ପୁରୁଣା ସମ୍ପର୍କ ଅଛି । ସେ ଅନେକ ଶୋ’ରେ ଏକ ଲୋକପ୍ରିୟ ହୋଷ୍ଟ ଭାବେ ଏକ ମଜବୁତ କ୍ୟାରିଅର୍ ତିଆରି କରିଛନ୍ତି ।

ରୋଡିଜ ନୂଆ ସିଜିନର ଏକ ଅଂଶ ହେବା ବିଷୟରେ ଗ୍ୟାଙ୍ଗ ଲିଡର ରିଆ ଚକ୍ରବର୍ତ୍ତୀ କହିଛନ୍ତି ଯେ, ମୁଁ MTV ରୋଡିଜ୍ କର୍ମ ୟା କାଣ୍ଡର ଅଂଶ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ । MTV ସହିତ କାମ କରିବା ମୋ ପାଇଁ ପୁଣି ଘରକୁ ଫେରି ଆସିବା ଭଳି ମନେ ହୁଏ । ମୁଁ ସୋନୁ ସୁଦ ଏବଂ ସାଥୀ ଗ୍ୟାଙ୍ଗ ଲିଡରଙ୍କ ସହ କାମ କରିବା ନେଇ ଉତ୍ସାହିତ ଅଛି ।