ପୁଣି ଥରେ ଇଡି ଅଫିସରେ ହାଜର ହୋଇଛନ୍ତି ରିୟା, ଜାରି ରହିଛି ପଚରାଉଚରା

1 min read

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢୁଛି । ଆଜି ପୁଣି ଥରେ ଇଡିରେ ହାଜର ହୋଇଛନ୍ତି ରିୟା । ଏହା ପୂର୍ବରୁ ଶୁକ୍ରବାର ଦିନ ରିୟାଙ୍କୁ ପ୍ରଥମେ ୯ ଘଣ୍ଟା ପଚରାଉଚରା କରାଯାଇଥିଲା। ଏହା ପରେ ଶନିବାର ଦିନ ରିୟାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କୁ ଇଡି ପ୍ରଶ୍ନ କରିଥିଲା।

ଆଜି ମଧ୍ୟ ରିୟାଙ୍କ ସମେତ ଭାଇ ସୌଭିକ, ପିତା ଇନ୍ଦ୍ରଜିତ ମଧ୍ୟ ମୁମ୍ବାଇ ଇଡିରେ ହାଜର ହୋଇଛନ୍ତି । ଏନେଇ ଇଡି ପକ୍ଷରୁ ସମସ୍ତଙ୍କୁ ସମନ ଜାରି କରିଥିଲା । ମୁମ୍ବାଇରେ ଥିବା ରିୟାଙ୍କ ସମ୍ପତ୍ତି ବିଷୟରେ ଖୋଲତାଡ କରୁଛି ଇଡି । ସେହିପରି ରିୟାଙ୍କ ୪ବର୍ଷର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇଛି । ରିୟା ଟଙ୍କା ହେରଫେର କରିଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ କରିଥିଲେ । ଇଡି ଏ ସମସ୍ତ ଦିଗ ଉପରେ ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ରିୟା ଓ ତାଙ୍କ ବାପାଙ୍କୁ ଜେରା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରିୟାଙ୍କୁ ସୁଶାନ୍ତଙ୍କ ଉପହାର ବିଷୟରେ ଇଡି ପଚାରିପାରନ୍ତି । ଅନେକ ବ୍ୟାଙ୍କ ଆକାଉଣ୍ଟ, କମ୍ପାନୀ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଜଡିତ ଡକ୍ୟୁମେଣ୍ଟ ନେଇ ଇଡି ଟିମ୍ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରିବେ । ଏହା ସହ ଆଧାର କାର୍ଡ, ପାନ୍ କାର୍ଡ, DIN ନମ୍ବର, କମ୍ପାନୀ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଏବଂ ଆଇଟିଆର ଡକ୍ୟୁମେଣ୍ଟଗୁଡିକ ଯାଞ୍ଚ ପାଇଁ ଡକାଯାଇଥିଲା।

ସୁଶାନ୍ତ ସିଂ ରାଜପୁତଙ୍କ ଚାରିଟି କମ୍ପାନୀର ଇଡି ଅନୁସନ୍ଧାନ କରୁଛି, ଯେଉଁଥିରେ ରିୟା, ଶୋଭିକ୍ ଏବଂ ତାଙ୍କ ପିତାଙ୍କର କୋଟି କୋଟି ବ୍ୟବସାୟର ଲିଙ୍କ୍ ରହିଛି। ସୁଶାନ୍ତ ସିଂ ରାଜପୁତ ତାଙ୍କର ୪ଟି କମ୍ପାନୀ ମଧ୍ୟରୁ ୨ଟିର ପଂଜିକରଣ କରାଇଥିଲେ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏହାର ଆଇନଗତ ଅଧିକାର ରିୟା ଏବଂ ଶୋଭିକ୍ ଅଟନ୍ତି। ବାସ୍ତବରେ, ସୁଶାନ୍ତ ଏହି କମ୍ପାନୀ ଆରମ୍ଭ କରିଥିଲେ, କିନ୍ତୁ ଏହି କମ୍ପାନୀର ମାଲିକାନା ଅଛି ଅଛି ଶୋଭିକଙ୍କ ନାମରେ ।

 

Leave a Reply