ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ରିୟା ଚକ୍ରବର୍ତ୍ତୀଙ୍କୁ ପୋଲିସର ମାରାଥନ ଜେରା, ଅଭିନେତ୍ରୀ କଲେ ଅନେକ ଖୁଲାସା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ କଡ଼ା ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ପୋଲିସ ସମୁଦାୟ ୧୨ ଜଣଙ୍କ ବୟାନ ରେକର୍ଡ କରିଛି । ଗୁରୁବାର ଦିନ ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଜରା କରିଥିଲା । ଜେରା ସମୟରେ ପୋଲିସ ରିୟାଙ୍କ ଠାରୁ ବହୁତ କିଛି ପ୍ରମାଣ ଯୋଗାଡ଼ କରିଛି । ଯାହା ସୁଶାନ୍ତଙ୍କୁ ଆତ୍ମ ହତ୍ୟା କରିବା ପାଇଁ ଖୁରାକ ଯୋଗାଇଥିଲା । ରିୟାଙ୍କୁ ପୋଲିସ ବିଭିନ୍ନ କ୍ଷେତ୍ରକୁ ନେଇ ଗୋଳେଇ ଘାଣ୍ଟି ଜେରା କରିଥିଲା ।

ଜେରା ସମୟରେ ରିୟା ପୋଲିସକୁ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ପୂର୍ବରୁ ସୁଶାନ୍ତ ୟଶ ରାଜ ବ୍ୟାନରରେ ଫିଲ୍ମ କରିବେନି ବୋଲି କହୁଥିଲେ । ସୁଶାନ୍ତ ମଧ୍ୟ ରିୟାଙ୍କୁ ୟଶ ରାଜ ଫିଲ୍ମ ଛାଡ଼ି ଦେବାକୁ କହିଥିଲେ । ରିୟା ସୁଶାନ୍ତଙ୍କୁ ଏପରି କାହିଁକି କହୁଛନ୍ତି ବୋଲି ପଚାରିବାରୁ ସୁଶାନ୍ତ ଅଧିକ କିଛି ନକହି ଖାଲି ଛାଡ଼ି ଦେବାକୁ କହିଥିଲେ । କିନ୍ତୁ ରିୟା ଫିଲ୍ମ ଛାଡ଼ି ନଥିଲେ ବୋଲି ପୋଲିସ ଆଗରେ ବୟାନ ରଖିଛନ୍ତି ।

ରିୟା ତାଙ୍କର ଲଭ ଲାଇଫ କେମିତି ଆରମ୍ଭ ହେଲା ସେନେଇ ମଧ୍ୟ ସୂଚନା ଦେଇଛନ୍ତି । ସୁଶାନ୍ତ ଯେତେବେଳେ ୟଶ ରାଜ ବ୍ୟାନରର ସୁଧ ଦେଶୀ ରୋମାନ୍ସ ସୁଟିଂ କରୁଥିଲେ ସେତେବେଳେ ୟଶ ରାଜ ବ୍ୟାନରର ମେରେ ଡାଡ୍‌ କି ମାରୁତିର ସୁଟିଂ କରୁଥିଲେ ରିୟା । ଇଣ୍ଡଷ୍ଟ୍ରି ପାର୍ଟୀରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ବନ୍ଧୁ ହୋଇଥିଲେ । ତା’ପରେ ୨୦୧୯ ମସିହାରେ ସୁଶାନ୍ତ ରିୟାଙ୍କ ପ୍ରେମ ପାଇଁ ପ୍ରସ୍ତାବ ଦେଇଥିଲେ ବୋଲି ରିୟା ପୋଲିସ ଆଗରେ ବୟାନ ରଖିଛନ୍ତି । ସୁଶାନ୍ତ ମୋତେ କହିଥିଲେ, ‘ମୁଁ ତୁମକୁ ପରୋକ୍ଷରେ କହି ପାରିବି ନାହିଁ, ସେଥିପାଇଁ ମୁଁ ତୁମକୁ ସିଧାସଳଖ କହୁଛି । ମୁଁ ତୁମକୁ ପସନ୍ଦ କରେ ମୁଁ ତୁମକୁ ମୋର ଗର୍ଲଫ୍ରେଣ୍ଡ କରିବାକୁ ଚାହୁଁଛି । ”ରିୟା ମଧ୍ୟ ସୁଶାନ୍ତଙ୍କ ହଁରେ ହଁ ଭରିଲା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ ।

ରିୟା ପୋଲିସକୁ ଆହୁରି ମଧ୍ୟ କହିଛନ୍ତି ଯେ । ସେପ୍ଟେମ୍ବର ୨୦୧୯ ରେ ଦିଲ୍ ଗରିବ ଫିଲ୍ମ ସମାପ୍ତ କରିବା ପରେ ସୁଶାନ୍ତଙ୍କ ପାଖରେ ଡିପ୍ରେସନର କିଛି ଲକ୍ଷଣ ଆରମ୍ଭ ହୋଇଥିଲା । ଆରମ୍ଭରେ, ସୁଶାନ୍ତ ତାଙ୍କୁ ଅଣଦେଖା କରିବାକୁ ଲାଗିଲେ କିନ୍ତୁ ଧୀରେ ଧୀରେ ଡିପ୍ରେସନର ଅସୁବିଧା ବଢ଼ିବାକୁ ଲାଗିଲା । ରିୟାଙ୍କ କହିବା ଅନୁଯାୟୀ ସେ ସୁଶାନ୍ତଙ୍କୁ ଡାକ୍ତରଙ୍କ ନିକଟକୁ ନେଇ ସୁଶାନ୍ତଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏବଂ ସୁଶାନ୍ତ ଔଷଧ ମଧ୍ୟ ଖାଉଥିଲେ । ସେତେବେଳେ ରିୟା ସୁଶାନ୍ତଙ୍କ ସହିତ ରହି ସୁଶାନ୍ତଙ୍କର ଯତ୍ନ ନେଉଥିଲେ ବୋଲି ରିୟା ପୋଲିସକୁ କହିଛନ୍ତି । କିନ୍ତୁ ଦିନେ ସୁଶାନ୍ତରେ ରିୟାଙ୍କୁ କିଛି ଦିନ ପାଇଁ ତାଙ୍କ ପାଖରୁ ଚାଲିଯିବାକୁ କହିଥିଲେ। ସେ କିଛି ଦିନ ଏକୁଟିଆ ରହିବାକୁ ଚାହୁଁଛନ୍ତି ବୋଲି ସୁଶାନ୍ତ ରିୟାଙ୍କୁ କହିଥିଲେ ବୋଲି ରିୟା ବୟାନରେ ଦେଇଛନ୍ତି । ସୁଶାନ୍ତ ରିୟାଙ୍କୁ ବାରମ୍ବାର ଚାଲିଯିବାକୁ କହିବାରୁ ରିୟା ସୁଶାନ୍ତଙ୍କ ଘରୁ ଚାଲିଯାଇଥିଲେ ।

ରିୟା ଏବଂ ସୁଶାନ୍ତ ରୁମି ଜାଫରୀଙ୍କ ନିର୍ଦ୍ଦେଶନାରେ ଏକ ଫିଲ୍ମ କରିବାକୁ ଯାଉଥିଲେ । ଯାହାକୁ ଭାସୁ ଭାଗ୍ନାନୀ ପ୍ରଡ୍ୟୁସ କରିଥାନ୍ତେ । ଫେବୃଆରୀରେ ଫିଲ୍ମ ଫ୍ଲୋରରେ ଯିବାକୁ ସ୍ଥିର ହୋଇଥିଲା, ତା’ପରେ ସୁଟିଂ ମେ’ରୁ ଆରମ୍ଭ ହେବାର ସ୍ଥିର କରାଯାଇଥିଲା । କିନ୍ତୁ ଲକଡାଉନ କାରଣରୁ ଏହାର ସୁଟିଂ ହୋଇପାରିନଥିଲା ।

ପୋଲିସ ସୂଚନା ପାଇଛି ଯେ ୟଶ ରାଜ ବ୍ୟାନରର ଚଳଚ୍ଚିତ୍ର ଔରଙ୍ଗଜେବ ପାଇଁ ସୁଶାନ୍ତଙ୍କୁ ଅଫର କରାଯାଇଥିଲା । କିନ୍ତୁ ସୁଶାନ୍ତ ସେହି ଫିଲ୍ମ କରିବାକୁ ମନା କରିଦେଇଥିଲେ । ଯାହାପରେ ଚଳଚ୍ଚିତ୍ରଟି ପୁଣି ଅର୍ଜୁନ କପୁରଙ୍କୁ ଦିଆଯାଇଥିଲା । ଫିଲ୍ମ ଔରଙ୍ଗଜେବ  ଦସ୍ତଖତ ନକରିବାରୁ ୟଶ ରାଜ ସୁଶାନ୍ତଙ୍କ ଉପରେ ଅସନ୍ତୁଷ୍ଟ କି ନାହିଁ ତାହା ପୋଲିସ ଜାଣିବାକୁ ତଦନ୍ତ ଚଲାଇଛି ।

ଏଥି ସହିତ ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀ କରଣ ଜୋହର ଏବଂ ସୁଶାନ୍ତଙ୍କ ମଧ୍ୟରେ ଏକ ପ୍ରକଳ୍ପ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ଶ୍ରୁତିଙ୍କ ଅନୁଯାୟୀ ସୁଶାନ୍ତ ଧର୍ମା ପ୍ରଡକ୍ସନ୍ ଫିଲ୍ମ ଡ୍ରାଇଭ ରେ କାମ କରିଥିଲେ । ସେହି ଫିଲ୍ମର ଡବିଂ ପାଇଁ ସୁଶାନ୍ତ ଡେଟ କରିନଥିଲେ । ଯେତେବେଳେ ଶ୍ରୁତି ସୁଶାନ୍ତଙ୍କ ସହ କଥା ହୋଇଥିଲେ ସେତେବେଳେ ସୁଶାନ୍ତ କହିଥିଲେ ଯେ ମୁଁ ତିନିଥର ଡବିଂ କରିବାର ତାରିଖ ଦେଇଛି କିନ୍ତୁ ସେ କିଛି କରିନାହାଁନ୍ତି । ଏହି ଚଳଚ୍ଚିତ୍ର ସଂପର୍କରେ ସୁଶାନ୍ତ ଏବଂ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ମଧ୍ୟରେ କୌଣସି ମତଭେଦ ଅଛି କି ନାହିଁ ସେ ସମ୍ପର୍କରେ ପୋଲିସ ସୂଚନା ନେଉଛି।

Leave a Reply