Sushant Singh Rajput Case: ସୁଶାନ୍ତ ଏବଂ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ମଧ୍ୟରେ କ’ଣ ରହିଛି କନେକ୍ସନ?

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଦିଶା ସାଲିୟାନଙ୍କ ନାମ ବାରମ୍ବାର ଚର୍ଚ୍ଚାର ବିଷୟକୁ ଆସିଛି । ଦିଶାଙ୍କ ମୃତ୍ୟୁ ସହିତ ସୁଶାନ୍ତଙ୍କ ମୃତ୍ୟୁର କନେକ୍ସନ ଥିବା କଥା ମଧ୍ୟ ବାରମ୍ବାର ଆଲୋଚନା ହୋଇଛି । ହୁଏତ ମୁମ୍ବାଇ ପୋଲିସ ଏହି ସଂଯୋଗକୁ ଭୁଲ ଦର୍ଶାଇଛି, କିନ୍ତୁ ଏହାକୁ ନେଇ ଆଲୋଚନା ସୋସିଆଲ ମିଡିଆରେ ବନ୍ଦ ହୋଇନାହିଁ । ଏବେ ରିୟା ଚକ୍ରବର୍ତ୍ତୀ ଦିଶାଙ୍କ ବିଷୟରେ କହିଛନ୍ତି । ସାକ୍ଷାତକାରରେ ରିୟା ଜୋର ଦେଇ କହିଛନ୍ତି କି ତାଙ୍କର ଦିଶାଙ୍କ ସହିତ ଥରେ ମାତ୍ର ସାକ୍ଷାତ ହୋଇଥିଲା ଏବଂ ଏହାପରେ କେବେ ମଧ୍ୟ ଦେଖା ହୋଇନାହିଁ । ତେବେ ପ୍ରଥମ ସାକ୍ଷାତ ବିଷୟରେ ରିୟା କହିଛନ୍ତି କି, ଦିଶା ଯେତେବେଳେ ସୁଶାନ୍ତଙ୍କ ସହିତ କାମ ଆରମ୍ଭ କରିବାକୁ ଯାଉଥିଲେ, ମୁଁ ସେତେବେଳେ ମାତ୍ର ୧୦ ମିନିଟ ସାକ୍ଷାତ କରିଛି । କିନ୍ତୁ ସେହି ସାକ୍ଷାତ ପରେ ଲକଡାଉନ ହୋଇଯାଇଥିଲା । ତେଣୁ ସୁଶାନ୍ତ ଏହା ପରେ ଦିଶାଙ୍କ ସହିତ କେତେ ଥର କଥା ହୋଇଥିବେ ତାହା କହିବା କଷ୍ଟକର । ରିୟାଙ୍କ କହିବାନୁଯାୟୀ ଦିଶା ସାଲିୟାନ ଗତ ମାର୍ଚ୍ଚ ମାସରେ ସୁଶାନ୍ତଙ୍କ ମ୍ୟାନେଜର ଭାବରେ କାମ ଆରମ୍ଭ କରିଥିଲେ । ଏହା ପୂର୍ବରୁ ଶ୍ରୁତି ମୋଦି ଏହି କାମ ଦେଖୁଥିଲେ । ତେବେ ଶ୍ରୁତି ଅସୁସ୍ଥ ଥିବାରୁ ସୁଶାନ୍ତ ତାଙ୍କୁ ବ୍ରେକରେ ଯିବାପାଇଁ କହିଥିଲେ । କେବଳ ଶ୍ରୁତି ନୁହଁନ୍ତି ବରଂ ସାମୁଏଲଙ୍କୁ ମଧ୍ୟ ସୁଶାନ୍ତ ବ୍ରେକରେ ଯିବାପାଇଁ କହିଥିଲେ ।

ଗତ କିଛି ଦିନ ପୂର୍ବରୁ ରିୟାଙ୍କୁ ନେଇ ଆଉ ଏକ ଖବର ଆସିଥିଲା । ଯେଉଁଥିରେ ଉଲ୍ଲେଖ ଥିଲା କି ରିୟା ସୁଶାନ୍ତଙ୍କ ସମସ୍ତ କର୍ମଚାରୀଙ୍କୁ ବଦଳାଇ ଦେଇଥିଲେ । କିନ୍ତୁ ଏହାର ଜବାବରେ ରିୟା କହିଛନ୍ତି ନିଜେ ସୁଶାନ୍ତ କର୍ମଚାରୀଙ୍କୁ ବଦଳାଇ ନୂଆ କର୍ମଚାରୀ ରଖୁଥିଲେ ।

ସୂଚନା ଅନୁଯାୟୀ ୯ ଜୁନରେ ସୁଶାନ୍ତଙ୍କ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ହୋଇଥିଲା । ତାହା ପୂର୍ବରୁ ଦିଶାଙ୍କ ନାମ ସୁଶାନ୍ତଙ୍କ ସହିତ ଯୋଡ଼ି ଆଲୋଚନା ହେଉ ଥିବାରୁ ସୁଶାନ୍ତ ଖୁବ ଚିନ୍ତିତ ଥିଲେ ବୋଲି କହିଛନ୍ତି ରିୟା ।

Leave a Reply