ସୁଶାନ୍ତ ସିଂ ମୃତ୍ୟୁ ମାମଲା, ED କାର୍ଯ୍ୟାଳୟରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ
1 min readମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ପହଞ୍ଚିଛନ୍ତି । ଜଣାଇ ରଖୁଛୁ ଯେ, ଇଡି ମନି ଲଣ୍ଡରିଂ ମାମଲା ଦାୟର କରିଛି ।
#SushantSinghRajput death case: Rhea Chakraborty arrives at Enforcement Directorate (ED) office in Mumbai.
ED rejected her earlier request that the recording of her statement be postponed till Supreme Court hearing. pic.twitter.com/MIWYlYMXhT
— ANI (@ANI) August 7, 2020
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ପଚରାଉଚରା ହେବାର ଥିଲା ଏବଂ ଏଥିପାଇଁ ଅଭିନେତ୍ରୀଙ୍କୁ ଡକାଯାଇଥିଲା କିନ୍ତୁ ସେ ଏହାକୁ ସ୍ଥଗିତ ରଖିବାକୁ ଇଡିଙ୍କୁ କହିଥିଲେ । ରିୟାଙ୍କ ତରଫରୁ କୁହାଯାଇଥିଲା ଯେ ଯେହେତୁ ତାଙ୍କ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି, ତଦନ୍ତ ସ୍ଥଗିତ କରାଯିବା ଉଚିତ କିନ୍ତୁ ଏହା ଜାଣିବାକୁ ମିଳିଛି ଯେ ରିୟାଙ୍କ ଅନୁରୋଧକୁ ଇଡି ପ୍ରତ୍ୟାଖ୍ୟାନ କରିଛି, ଏହା ପରେ ରିୟା ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।