ସୁଶାନ୍ତ ସିଂ ରାଜପୂତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ମାମଲା କେତେବେଳେ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ମଙ୍ଗଳବାରକୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି । ଗତ ସୋମବାରକୁ ରିୟାଙ୍କୁ ୮ ଘଣ୍ଟା ପଚରାଉଚରା କରିଥିଲା ଏନସିବି । ଯାହାପରେ ରିୟା ଖୁବଶୀଘ୍ର ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରଠାରୁ ରିୟାଙ୍କୁ ଖୁବ ପଚରାଉଚରା କରୁଥିଲା ସିବିଆଇର ତିନୋଟି ସ୍ୱତନ୍ତ୍ର ଟିମ୍ । କେବଳ ରିୟା ନୁହଁନ୍ତି ବରଂ ତାଙ୍କ ପୂରା ପରିବାରକୁ ସିବିଆଇ ପଚରାଉଚରା କରିଛି । ପ୍ରଥମେ ରିୟାଙ୍କ ଭାଇ ସୌବିକକୁ ଡ୍ରଗ୍ସ ପ୍ୟାଡଲରଙ୍କ ସହିତ ଯୋଗାଯୋଗ ଥିବା ଘଟଣା ସାମ୍ନାକୁ ଆସିବା ପରେ ଗିରଫ କରାଯାଇଥିଲା ।

ଗଣମାଧ୍ୟମର ସାକ୍ଷାତକାରରେ ରିୟା ଡ୍ରଗ୍ସ କାରବାରକୁ ନେଇ ସମ୍ପୃକ୍ତ ନଥିବା କହିଥିବା ବେଳେ ଯଦି ଆବଶ୍ୟକ ପଡ଼େ ତେବେ ତାଙ୍କର ପରୀକ୍ଷା କରାଯାଉ ବୋଲି ବୟାନ୍ ଦେଇଥିଲେ ରିୟାଙ୍କ ଓକିଲ । କିନ୍ତୁ ଏବେ ରିୟା ଡ୍ରଗ୍ସ ନେଉଥିବା କଥାକୁ ସ୍ୱୀକାର କରିବା ପରେ ଘଟଣା ଭିନ୍ନ ଦିଗକୁ ଗତି କରିଛି । ତେବେ ରିୟା ଗିରଫ ହେବା ପରେ ଉକ୍ତ ମାମଲାରେ କେଉଁ ସବୁ ଖୁଲାସା ହେବାକୁ ଯାଉଛି ତାହା ଦେଖିବା ବାକି ରହିଲା ।

Leave a Reply