Netflix ୱେବ ସିରିଜ ‘A Suitable Boy’ କୁ ନେଇ ବିବାଦ, ‘ଲଭ ଜିହାଦ’କୁ ପ୍ରୋତ୍ସାହନ ଦେଉଥୁବା ଅଭିଯୋଗ

1 min read

ରିୱା: Netflix ସିରିଜ ‘A Suitable Boy’ କୁ ନେଇ ଦେଖାଦେଇଛି ବିବାଦ । ଅଭିଯୋଗ ରହିଛି ଯେ, ସିରିଜ ମାଧ୍ୟମରେ ହିନ୍ଦୁ ମନୋଭାବକୁ ଆଘାତ ଦିଆଯାଇଛି । କେବଳ ସେତିକି ନୁହେଁ ରାଣୀ ଅହଲ୍ୟା ବାଇ ଏବଂ ହୋଲକର ରାଜବଂଶ ଦ୍ୱାରା ନିର୍ମିତି ମହେଶ୍ୱର ଘାଟ ଏବଂ ଶିବଭକ୍ତଙ୍କୁ ଅପମାନ କରିଥିବା ଅଭିଯୋଗ ରହିଛି । ରାଷ୍ଟ୍ରିୟ ମନ୍ତ୍ରୀ, ବିଜେପି ଯୁବ ମୋର୍ଚ୍ଚା ଗୌରବ ତିୱାରୀ ଏହି ଅଭିଯୋଗ କରି ରିୱା ଏସପି ରାକେଶ ସିଂହଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମାମଲାରେ ତଦନ୍ତ ପାଇଁ ସେ ଦାବି କରିବା ସହ ଏପିସୋଡ ୨ରେ ଦର୍ଶାଯାଇଥିବା କିସିଂ ସିନର ଭିଡିଓ ଏବଂ ଫଟୋ ମଧ୍ୟ ଏସପିଙ୍କୁ ପ୍ରଦାନ କରିଛନ୍ତି ।

ଗୌରବ ତିୱାରୀଙ୍କ କହିବା ଅନୁଯାୟୀ, ସେ OTT Platform Netflixରେ ଏକ ୱେବ ସିରିଜ ଦେଖିଲେ । ଏହି ୱେବ ସିରିଜଟି ଲେଖକ ବିକ୍ରମ ସେଠଙ୍କ ପୁସ୍ତକ ଉପରେ ଆଧାରିତ ଅଟେ ଏବଂ Netflix ଏହାର ନିର୍ମାତା ଅଟେ । ୱେବ ସିରିଜର ଦ୍ୱିତୀୟ ଏପିସୋଡରେ କିଛି ଆପତ୍ତିଜନକ ଦୃଶ୍ୟ ରହିଛି । ଏଥିରେ ଜଣେ ବଙ୍ଗାଳୀ ହିନ୍ଦୁ ଝିଅର ଜଣେ ମିସଲିମ ପୁଅ ସହ ପ୍ରେମ ସଂପର୍କ ଦର୍ଶାଯାଇଛି । କେବଳ ପ୍ରେମ ସଂପର୍କ ପର୍ଯ୍ୟନ୍ତ ଏହା ସିମିତ ରହିନାହିଁ ବରଂ ଗୋଟିଏ ଏପିସୋଡରେ ତିନି ତିନି ଥର ସେହି ମୁସଲିମ ପୁଅ ହିନ୍ଦୁ ଝିଅକୁ କିସ୍ କରୁଥିବା ଦର୍ଶାଯାଇଛି । ତିନୋଟି ଯାକ ଦୃଶ୍ୟ ମହେଶ୍ୱର ଘାଟ ସ୍ଥିତ ଶିବ ମନ୍ଦିର ପ୍ରଙ୍ଗଣରେ ଚିତ୍ରିତ ହୋଇଛି ।

ଲାଗିଛି ଏହି ସବୁ ଆରୋପ

ଗୌରବ ତିୱାରୀ ଅଭିଯୋଗ କରିଛନ୍ତି ଯେ, କିସିଂ ସିନ୍ ପୁଣି ମନ୍ଦିରରେ.. ଏହା କୌଣସି ସଂଯୋଗ ନୁହେଁ । ହିନ୍ଦୁ ଭାବନାକୁ ଆଘାତ ଦେବା ଏବଂ ‘ଲଭ ଜିହାଦ’କୁ ପ୍ରୋତ୍ସାହନ ଦେବା ଭଳି ଏହ ଲଜ୍ୟାଜନକ ପ୍ରୟାସ ଅଟେ । ଏହାକୁ ହିନ୍ଦୁ ସମାଜ କେବେବି ବରଦାସ୍ତ କରିବ ନାହିଁ ବୋଲି ଗୌରବ କହିଛନ୍ତି ।  ତେବେ ଅଭିଯୋଗ ପାଇବା ପରେ ନିୟମାନୁସାରେ ତଦନ୍ତ କରାଯିବ
ବୋଲି ରିୱା ଏସପି ରାକେଶ ସିଂହ କହିଛନ୍ତି ।

Leave a Reply