ଆଜିଠୁ ଭୋଟର କାର୍ଡ ସଂଶୋଧନ, ଯୋଡ଼ି ହୋଇପାରିବେ ନୂଆ ଭୋଟର

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ମାସେ ଧରି ଚାଲିବ ଏହି ଅଭିଯାନ ।  ଜାନୁଆରୀ ପହିଲା ସୁଦ୍ଧା 18 ବର୍ଷ ହେଉଥିବା ବ୍ୟକ୍ତି ମାନେ ଭୋଟର ତାଲିକାରେ ସାମିଲ ହେବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ କିନ୍ତୁ ସେମାନଙ୍କର ନାଁ ଭୋଟର ଲିଷ୍ଟରେ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ, ସେମାନେ ଏହି ସ୍ବତନ୍ତ୍ର ଅଭିଯାନର ଫାଇଦା ନେଇପାରିବେ ।

ତେବେ ଏଣିକି ଘରେ ବସି ଭୋଟର ଲିଷ୍ଟରେ ନିଜ ନାମ ସଂଶୋଧନ କରିପାରିବେ ଲୋକେ । ଚଳିତଥର ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣ ଏହାର ସୁବିଧା ନେଇପାରିବେ । ପୂର୍ବରୁ ଏହା ଅଫଲାଇନରେ କରାଯାଉଥିଲା । ତେବେ ଚଳିତଥର ସ୍ବତନ୍ତ୍ର ମୋବାଇଲ୍ ଆପ ଏବଂ ଓ୍ବେବସାଇଟ୍ ଜରିଆରେ ସମସ୍ତେ ଘରେ ବସି ଭୋଟର ଲିଷ୍ଟରେ ନିଜ ନାମ ସଂଶୋଧନ କରିପାରିବେ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପିଡ଼ ପୋଷ୍ଟ ମଧ୍ୟମରେ ଘରକୁ ଭୋଟର କାର୍ଡ ପଠାଯିବ ।

ଆସନ୍ତା 7 ଓ 21 ତାରିଖରେ ରାଜ୍ୟର ୩୭ହଜାର ୬୦୬ ବୁଥରେ ସରକାରୀ ଅଧିକାରୀ ଉପସ୍ଥିତ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ ମଧ୍ୟ କରିପାରିବେ । ଆସନ୍ତା ଜାନୁଆରୀ 6 ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ସେପଟେ ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ବାଦ ଦିଆଯାଇଛି । ଆହୁରି 4 ଲକ୍ଷ ଆବେଦନର ବିଚାର ଚାଲିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply