ପିଛିଲା ଭାବେ ଲାଗୁହେଲା ମଧ୍ୟାହ୍ନ ଭୋଜନର ବର୍ଦ୍ଧିତ ଦର

1 min read

ଭୁବନେଶ୍ୱର: କରୋନା ଲକଡାଉନ୍ ଜୀବନ ବଦଳାଇ ଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ଉପରେ ପ୍ରଭାବ ପଡ଼ିଛି । ଲକଡାଉନ୍ ପ୍ରଭାବରେ ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ିଛି । ଫଳରେ ରୋଷେଇ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ମଧ୍ୟାହ୍ନ ଭୋଜନର ଦର ବୃଦ୍ଧି କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏମଡିଏମ୍ ରାଜ୍ୟ ପ୍ରୋଜେକ୍ଟ ୟୁନିଟ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପ୍ରତି ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ୪ ଟଙ୍କା ୯୩ ପଇସା ମିଳୁଥିଲା । ଏବେ ୫ ଟଙ୍କା ୪୨ ପଇସା ଦିଆଯିବ । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପିଛା ପୂର୍ବରୁ ୭ ଟଙ୍କା ୩୬ ପଇସା ଦିଆଯାଉଥିବା ବେଳେ ଏଣିକି ୮ ଟଙ୍କା ୧୦ ପଇସା ଦିଆଯିବ ।

ଏହି ବର୍ଦ୍ଧିତ ଦର ପିଛିଲା ଭାବେ ଏପ୍ରିଲ ୧ ତାରିଖରୁ ଲାଗୁହେବ । ୨୦୨୦-୨୧ ବର୍ଷ ପାଇଁ ଏହି ବର୍ଦ୍ଧିତ ଦର ବଳବତ୍ତର ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply