ବନ୍ୟା ସ୍ଥିତି ନେଇ SRC ଓ ଜଳ ସମ୍ପଦ ବିଭାଗର ସମୀକ୍ଷା ଶେଷ, ହୀରାକୁଦରୁ ୪୬ଟି ଗେଟ୍‌ ଦେଇ ପ୍ରାୟ ୭.୦୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି

1 min read

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି SRC ଓ ଜଳ ସମ୍ପଦ ବିଭାଗ । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏବେ ୪୬ଟି ଗେଟ୍‌ ଖୋଲାଯାଇଛି । ବାମ ପାର୍ଶ୍ୱରେ ୩୧ଟି ଗେଟ୍‌ ଖୋଲାଯାଇଥିବା ବେଳେ ଡ଼ାହାଣ ପାର୍ଶ୍ୱରେ ୧୫ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି୧ । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ୪୬ଟି ଗେଟ ଦେଇ ପ୍ରାୟ ୭ ଦଶମିକ ୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଯେଉଁଥି ପାଇଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ପ୍ରଭାବିତ ହେବ ବନ୍ୟାଜଳ । କଟକ ମୁଣ୍ଡଳୀରେ ଆସନ୍ତାକାଲି ଭୋରରେ ବନ୍ୟାପାଣି ପହଞ୍ଚିବ । ମୁଣ୍ଡଳୀରେ ପ୍ରାୟ ୧୦ ଦଶମିକ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

ସେପଟେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ବିପଦ ସଂକେତ ତଳେ ଅଛି । ବୈତରଣୀ ନଦୀ ଆନନ୍ଦପୁରରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ସେହିପରି ଆଖୁଆପଦା ଠାରେ ବିପଦ ସଙ୍କେତରେ ଅଛି ବୈତରଣୀ । ବ୍ରାହ୍ମଣୀର ଉପରମୁଣ୍ଡ ଝାଡ଼ଖଣ୍ଡ, ପାନପୋଷ, ବାରକୋଟରେ ପ୍ରବଳ ବର୍ଷା ହୋଇଛି । ତେବେ ରେଙ୍ଗାଳି ଜଳଭଣ୍ଡାରରୁ ଖୋଲିଥିବା ୪ ଗେଟ ମଧ୍ୟରୁ ଏବେ ୨ଟି ଗେଟ ବନ୍ଦ କରାଯାଇଛି । ତେବେ ସନ୍ଧ୍ୟା ପରେ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୁଧୁରିଯିବ ବୋଲି କହିଛି ଜଳସମ୍ପଦ ବିଭାଗ । ବୈତରଣୀ ପାଇଁ ଯାଜପୁର ଜିଲ୍ଲାର ବରୀ, ଦଶରଥପୁର ବ୍ଲକ, ବିଞ୍ଝାରପୁର ସମେତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ, ଧାମନଗର ବ୍ଲକରେ ବନ୍ୟା ହୋଇଛି ।

Leave a Reply