ବିଜେପିକୁ କଡ଼ା ଜବାବ ଦେଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ବର : ଅବସରପ୍ରାପ୍ତ ଅଫିସରଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ। ବିରୋଧୀ ଦଳ ନେତାଙ୍କୁ ବିଜେଡିର କଡ଼ା ଜବାବ। କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ମଧ୍ୟ ଅନେକ ଅବସରପ୍ରାପ୍ତ ଅଧିକାରୀ କାମ କରୁଛନ୍ତି । ସେମାନେ ଭଲ କାମ କରିଥିଲେ ବୋଲି ଅବସର ପରେ ପୁନଃ ନିଯୁକ୍ତି ଦିଆଯାଉଛି । ବିଜେପି ଉତ୍ତର ପ୍ରଦେଶ ଓ ଅନ୍ୟ ବିଜେପି ଶାସିତ ରାଜ୍ୟକୁ ଦେଖୁ । ଏମିତି ରାମ୍ପୁଡ଼ି କାମୁଡି ହେଲେ ବିଜେପି କେବେ ବି ଓଡ଼ିଶାରେ କ୍ଷମତାକୁ ଆସିପାରିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।

ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ବିରୋଧୀ ଦଳ ନେତାଙ୍କ ଅଭ୍ୟାସରେ ପରିଣତ ହୋଇଛି । ଏପରି କରି ସେ ନିଜକୁ ହାସ୍ୟାସ୍ପଦ କରୁଛନ୍ତି । ନିଜ ଦଳକୁ ଲଜ୍ଜିତ କରୁଛନ୍ତି। ମାନସିକ ସନ୍ତୁଳନ ହରାଇବା ଭଳି ଲାଗୁଛି । ଦକ୍ଷ ଅଫିସରଙ୍କୁ ପୁନଃ ନିଯୁକ୍ତି ଦେବାରେ କୌଣସି ସାମ୍ବିଧାନିକ ଅସୁବିଧା ନାହିଁ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।